Odisha news

ପରମାଣୁ ସନ୍ଧି କୁ ନେଇ ଇରାନର ବଡ଼ ବୟାନ ‘ ଚୁକ୍ତି ପାଇଁ ପ୍ରସ୍ତୁତ ଯଦି ଆମେରିକା …’

0
ନୂଆଦିଲ୍ଲୀ : ଇରାନ ଷୋମବାର ଦିନ କହିଛି ତେହରାନ ବିଶ୍ୱ ଶକ୍ତି ଗୁଡିକ ସହିତ ଗୋଟିଏ ‘ଭଲ ଚୁକ୍ତି’ ରେ ପହଂଚିବାକୁ ପ୍ରସ୍ତୁତ ଅଛି l ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ସଇଦ ଖତିବଜାଦେହ ଗୋଟିଏ ଟେଲିଭିଜନ ସମାଚାର ସମ୍ମିଳନୀ ରେ ଏହି କଥା କହିଥିଲେ l ସେ ଆମେରିକା ଉପରେ ୨୦୧୫ ରେ ପରମାଣୁ ଚୁକ୍ତି କୁ ପୁନର୍ଜୀବିତ କରିବା ପାଇଁ ଦୋଷ ଲଦିଛି l ଖତିବଜାଦେହ କହିଛନ୍ତି ଯେ ‘ ଆଜି ମଧ୍ୟ ଆମେ ଗୋଟିଏ ଭଲ ରାଜିନାମା ରେ ପହଞ୍ଚିବା ପାଇଁ ବିୟନl ଫେରାଇବା ପାଇଁ ପ୍ରସ୍ତୁତ ଅଛି, ଯଦି ୱାସିଂଟନ ନିଜର ପ୍ରତିବଦ୍ଧତା କୁ ପୁରା କରିଥାଏ l ‘
ମାର୍ଚ୍ଚ ରେ ପରମାଣୁ ଚୁକ୍ତି ପୁଣି ହେବାର ଆଶା ରହିଛି l, କିନ୍ତୁ ଏହି କଥାକୁ ନେଇ କଥାବାର୍ତା ଆଂଶିକ ଭାବରେ ଅସ୍ତବ୍ୟସ୍ତ ହୋଇ ଯାଇଥିଲା କି କଣ ଆମେରିକା ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ ଫୋର୍ସ କୁ ନିଜର ବୈଦେଶିକ ଆତଙ୍କବାଦୀ ସୂଚୀ ସଂଗଠନ ରୁ ହତାଇବ , ଯାହାର ଦାବି ଇରାନ କରି ଆସୁ ଥିଲା ।
୨୦୧୮ ରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତି ରୁ ହଟି ଯାଇଥିଲେ । ଏହି ଚୁକ୍ତି ଅନୁସାରେ ଇରାନ ଆର୍ଥିକ ପ୍ରତିବନ୍ଧକ କାରଣରୁ ନିଜର ପରମାଣୁ କାର୍ଯ୍ୟ କ୍ରମ ଉପରେ ରୋକ୍ ଲଗାଇ ଥିଲା । ଟ୍ରମ୍ପ ନିଜ ଚୁକ୍ତି ରୁ ଓହରିବା କାରଣରୁ ଇରାନ ପ୍ରାୟ ଗୋଟିଏ ବର୍ଷ ପରେ ନିଜର ମୂଳ ପରମାଣୁ ସୀମାକୁ ଉଲଂଘନ କରିବା ଆରମ୍ଭ କରିଥିଲା ।
Nalco
Leave A Reply