ନୂଆପଡ଼ା -୧୧/୪ (ସୁରେନ୍ଦ୍ର ତିୱାରୀ) ମହୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ଏହା ଆଦିବାସୀ ପରିବାର ପାଇଁ ଆୟର ଏକ ପ୍ରମୁଖ ଉତ୍ସ । ସେଥିପାଇଁ ତ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଆଦିବାସୀ।କିଏ ମହୁଲ ଗୋଟାଇବାରେ ବ୍ୟସ୍ତ ତ କିଏ ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ, ଗାଁ ଦାଣ୍ଡ । କିନ୍ତୁ ସଂଗ୍ରହକାରୀ ତାର ପରିଶ୍ରମର ମୂଲ୍ୟ ପାଉଛି ତ? ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ଗଛରେ ମିଳିଥାଏ । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି ,ବୋଡ଼େନ, କୋମନା ଓ ନୂଆପଡ଼ା ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ।ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥାନ୍ତି। ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆ ଯାଏ କିମ୍ବା ମାଟି ଲେପି ଦିଆ ଯାଏ। ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷ ମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି ।ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ।କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି।ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତ ହାଣ୍ଡି ।ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ।ପରେ ଘରେ ମହୁଲକୁ ନେଇ ଶୁଖାଇଲ ବେପାରୀ ମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ଯ ପାଉ ନଥିବା ଅଭିଯୋଗ ହୋଇଛି । ବେପାରି ମାନେ କିବା ମଦଭାଟି ର ଲୋକେ ୧୫ ରୁ ୨୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି ।ଏହା ସରକାରଙ୍କ ରାଜସ୍ବ ବୃଦ୍ଧିର ମୁଖ୍ୟ ସ୍ରୋତ ।ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉତ୍ସାହଜନକ ନୁହେଁ। ଫଳରେ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି ପନିକଟରେ କୁଆ ପଥର ମାଡ ପାଇଁ ମହୁଲ ସବୁ କଳା ହୋଇ ଯାଇଥିବାରୁ ବେପାରୀ କମ୍ ଦାମ ଦେଉଥିବା ଜଣାଇଛନ୍ତି ସଂଗ୍ରକାରୀ। ସାଧାରଣତଃ ଲଘୁବନ ଜାତ ଦ୍ରବ୍ଯ ବିକ୍ରୟ ତିନି ପ୍ରକାରରେ ହୋଇଥାଏ।ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମ ପଞ୍ଚାୟତ ରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ନିର୍ଦ୍ଧାରିତ ଅର୍ଥ ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ।ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟ ରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସଧାରଣ ରେ ଦାବି ହେଉଛି।