Odisha news

ମିଥ୍ୟା ବିଲ ଅଭିଯୋଗ ସତ୍ୟ ପ୍ରମାଣିତ 

0
ନୂଆପଡ଼ା ୨୦/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ପ୍ରଦତ୍ତ ମିଥ୍ୟା ବିଲ ଜରିଆରେ ଅର୍ଥ ଆତ୍ମସାତ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ କୋମନା ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିନ୍ନ ସୁନ୍ଦର ପୁରୋହିତ ନାମକ ଜନୈକ ସାମାଜିକ କର୍ମୀ ଗଣ୍ଡାମେର ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି  ଉଚ୍ଚ ବିଦ୍ୟାଳୟ ପାଚେରୀ ନିର୍ମାଣ ରେ ନିଅ ନିର୍ମାଣ କାମରେ କମ କାମ କରି ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ର ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ.। ମୁଖ୍ୟ ଉନ୍ନୟନ ଅଧିକାରୀ ତଦନ୍ପାଇଁ ନିର୍ଦ୍ଧେଶ ପାଇବାପରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯୋଗେଶ୍ୱର ଭୋଇ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ପରିଚାଳକ ନିହାର ରଞ୍ଜନ ସାହୁ, ନୂଆପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ ଓ ନୂଆପଡା ବ୍ଲକ ର କନିଷ୍ଠ ଯନ୍ତ୍ରୀ ଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ କରିଥିଲେ। ଉକ୍ତ ଦଳ ଗତ ଡିସେମ୍ବର 31 ତାରିଖ ଦିନ ଘଟଣାସ୍ଥଳ କୁ ଯାଇ ସରଜମୀନ ତଦନ୍ତ କରିଥିଲେ।ଉକ୍ତ କାର୍ଯ୍ୟଟି ୨୦୨୧-୨୨ ଆର୍ଥିକ ଆର୍ଥିକ ବର୍ଷ ରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ (ଜିଲ୍ଲାପରିଷଦ ଭାଗ )ରୁ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କୋମନା ବ୍ଲକ ଦ୍ୱାରା ସମ୍ପାଦିତ ହୋଇଥିଲା। କାର୍ଯ୍ୟ ସମ୍ପାଦନ ପାଇଁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ରାଜ କିଶୋର ନାୟକ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତଦନ୍ତ ବେଳେ ଅଭିଯୋଗକାରୀ ଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କାର୍ଯ୍ୟ କୁ ତାଙ୍କ ଉପସ୍ଥିତିରେ ମାପକରାଯାଇ ଥିଲା। ମାପରୁ ଭୁତଳ ମେଟାଲ କଂକ୍ରିଟ କାର୍ଯ୍ୟ କରାନଯାଇ ୫୨୮୦୭/- ଟଙ୍କା, ଭିତ୍ତି ନିର୍ମାଣ ରେ ଇଟା ଯୋଡ଼େଇ ପାଇଁ ପୈଠ ବିଲଟ୧୨୧୧୯୦/-ପରିବର୍ତ୍ତେ ଟ ୫୨୬୦୫/-ପରିମାଣର କାର୍ଯ୍ୟ କରି  ଅବଶିଷ୍ଟ ଟ ୬୮୫୮୫/-ଆତ୍ମସାତ କରିଥିବା ଜଣା ପଡିଛି।ଅବଶ୍ୟ ଭିତ୍ତି ଉପର ପାଚେରୀ କାନ୍ଥ ନିର୍ମାଣ ରେ ଇଟା ଯୋଡ଼େଇ କାର୍ଯ୍ୟ ପାଇଁ ଟ ୧୬୧୫୬୦/-ର ବିଲ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରକୃତ ପକ୍ଷେ ତଦନ୍ତ କରି ବୈଷୟିକ ଅଧିକାରୀ ଙ୍କ ମାପରୁ ଏହା  ଟ ୧୮୧୧୬୩/-ହେଉଥିବାରୁ ବିଲ ରେ ଏ ବାବଦ କୁ ଟ ୧୮୬୦୩/-ସମାଯୋଗ କରାଯିବାକୁ ଉଲ୍ଲେଖ ରହିଛି.। ସାମଗ୍ରିକ ଭାବେ ଉକ୍ତ କାର୍ଯ୍ୟ ର ବିଲ ବାବଦକୁ ପାଞ୍ଚ ଲକ୍ଷ ଉଠାଣ ଓ ପୈଠ କରାଯାଇଥିବା ବେଳେ ପ୍ରକୃତ ପକ୍ଷେ ତଦନ୍ତ ପ୍ରକାରେ ସର୍ବମୋଟ ଟ ୧୦୨୭୮୯/-ଅଧିକ ବିଲ ପୈଠ ହୋଇ ଥିବାରୁ ଏଥିପାଇଁ ଦାୟୀ ଅଧିକାରୀ ଙ୍କ ଠାରୁ ଉକ୍ତ ପରିମାଣ ର ଅଧିକ ଅର୍ଥ ଆଦାୟ କରାଯିବାକୁ ତଦନ୍ତକାରି ଅଧିକାରୀ ସୁପାରିଶ କରିଛନ୍ତି
Nalco
Leave A Reply