ନୂଆପଡ଼ା – ୧୮/୩ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରୋମାଲ ପଞ୍ଚାୟତରେ ଥିବା ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ନିର୍ମିତ ଛାତ୍ରୀନିବାସ ଓ ଛାତ୍ରାବାସ ଆଜି ପରିଦର୍ଶନ କରିଥିଲେ କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ । ଶ୍ରୀ ଅଗ୍ରୱାଲ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ସରପଞ୍ଚଙ୍କ ସହ ଛାତ୍ରଛାତ୍ରି ନିବାସ ପରିଦର୍ଶନ କରି ଉପସ୍ଥିତ ଅନ୍ତେବାସୀଙ୍କ ସୁଖ ଦୁଃଖ ବୁଝିଥିବା ସହ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପୁଣି ବିଦ୍ୟାଳୟର ୱାଡେନ୍ ଙ୍କ ସହ ବିଦ୍ୟାଳୟ ପାଚେରୀ ଓ ପିଇବାପାଣି ସମସ୍ୟାକୁ ନେଇ ବିଶଦ ଭାବେ ଆଲୋଚନା କରିଥିଲେ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ଠିକ୍ ଭାବରେ ବିଦ୍ୟାଳୟ ମାନଙ୍କରେ ପହଞ୍ଚି ପାରିଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିଥିଲେ । ପରିଦର୍ଶନ ସ୍ଥଳରୁ କିଛି ସମସ୍ୟା ର ଯଥା ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେଇ ଥିଲେ ଓ କିଛି ସମସ୍ୟା ର ସମାଧାନ ଉପରେ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟରେ ଶିକ୍ଷା ଅର୍ଜନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ଓ ତାଙ୍କ ପାଇଁ ଏକ ଉତ୍ତମ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଆମ ବିଜେପି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ଏ ଅବସର ରେ ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ।