Odisha news

ବନଖଣ୍ଡ ଅଧିକାରୀ ଙ୍କ ଅମୋଦି ରିଜର୍ଭ ଜଙ୍ଗଲ ପରିଦର୍ଶନ।

0
ନୂଆପଡ଼ା (ସୁରେନ୍ଦ୍ର ତିୱାରୀ ) ଆଜି ଆମୋଦି ରିଜର୍ଭ ଜଙ୍ଗଲ ପରିଦର୍ଶନ ରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ  ଆଜିଜ ଖାନ ଆସିଥିଲେ। ତାଙ୍କ ସହ ସ୍ଥାନୀୟ ସରପଞ୍ଚ  ସରୋଜ ଦେବୀ ଅଗ୍ରୱାଳ ଓ କଳାହାଣ୍ଡି ସାଂସଦ ପ୍ରତିନିଧି ନୂଆପଡା ପ୍ରେମ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଘଞ୍ଚ ବଣ ଘେରା ଗାଁ ଭୁକ୍ତାପଡା ଓ କୁରୁମୁଣ୍ଡା ପରିଦର୍ଶନ କରିଥିଲେ। ବନ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏଠି ଗେଷ୍ଟହାଉସ୍ ଏବଂ ଇକୋ-ଟୁରିଜମ୍ ବିକାଶର ସମ୍ଭାବନା ବିଷୟରେ   ସରପଞ୍ଚ  ସରୋଜ ଦେବୀ ଓ ସାଂସଦ ପ୍ରତିନିଧି ପ୍ରେମ କୁମାର ଅଗ୍ରୱାଲ ବନ ଖଣ୍ଡ ଅଧିକାରୀ ଶ୍ରୀ ଖାନ ସହ ଆଲୋଚନା କରିଥିଲେ । ବନ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକ ଆମର ଅଧୀନରେ ଆସେ, ଯେଉଁଠି ସୋଲାର ଲାଇଟ୍ ଏବଂ ସିସିଟିଭି  ସ୍ଥାପନ କାମ ଚଳିଛି, ଯାହା ରକ୍ଷା ଏବଂ ସ୍ଥାୟୀ ବିକାଶକୁ ବୃଦ୍ଧି କରିବ।ଆମେ ପ୍ରତିବଦ୍ଧ ପ୍ରାକୃତିକ ଐତିହ୍ୟକୁ ସୁରକ୍ଷିତ କରି ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତିରେ ସହଯୋଗ କରିବ। ବନ ସୁରକ୍ଷା ଏବଂ  ଉନ୍ନତି ପାଇଁ ଆମର ଉଦ୍ୟମ ଅବ୍ୟାହତ ରହିବ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ନୂଆପଡା ଜିଲ୍ଲା।ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି। ସେମାନଙ୍କ ମଧ୍ୟରୁ ଅମୋଦି ଜଙ୍ଗଲ ଅନ୍ୟତମ। ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସେହିଠାରେ ଅବସ୍ଥିତ ଗାଁ ଗୁଡିକର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ସଡ଼କ, ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ବଦ୍ଧ ପରିକର ବୋଲି ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।
Leave A Reply