Odisha news

ପରକୋଡ କ୍ଲଷ୍ଟରର ସେନଭଟା ସ୍କୁଲରେ ବାର୍ଷିକ ଉତ୍ସବ 

0
ନୂଆପଡ଼ା -୨୮/୨(ସୁରେନ୍ଦ୍ର ତିୱାରୀ) ପରକୋଡ଼ କ୍ଲଷ୍ଟର ସ୍ଥିତ ସେନଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ପରକୋଡ଼ ସିଆରସିସି ଦେଓ ରାମ ସତନାମୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭୋକସିଂ ବାଗ ଅବସର ପ୍ରାପ୍ତ ଶିକ୍ଷକ,ପରିଚାଳନା କମିଟି ର ସଦସ୍ୟସଦସ୍ୟାଗଣ ଏବଂ କ୍ଲଷ୍ଟରର ପ୍ରଧାନ ଶିକ୍ଷକ ଅଶୋକ କୁମାର ବାଗ, ଈଶ୍ୱର ମାଝୀ,ଦେୱାନନ୍ଦ ଦେୱାଙ୍ଗନ,ଚମରୁ ତାଣ୍ଡି , ପ୍ରଦୀପ ସାହୁ ,ସହଦେବ ପାଣ୍ଡେ , ଅନ୍ନପୂର୍ଣ୍ଣ ବିଶ୍ଵାଳ ଏବଂ ପରକୋଡ଼ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର  ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ଉପସ୍ଥିତ ଥିଲେ। ଜାମଲି ବିଦ୍ୟାଳୟର ଶିକ୍ଷକ ଜଗଦୀଶ ସାହୁ ମଞ୍ଚ ପରିଚାଳନା କରିଥିବା  ବେଳେ ବିଦ୍ୟାଳୟ ର ସହ ଶିକ୍ଷକ ଗଣ କେଦାର ମାଝୀ,ଦୀପକ ଚନ୍ଦ୍ରକାର,ବାବୁଲାଲ କେଉଟ ଏବଂ ମନୋହର ଲାଲ ରାଉତ ସହଯୋଗ କରି ଥିଲେ। ସଭା ଶେଷରେ ଶିକ୍ଷକ କେଦାର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯକ୍ରମକୁ ସମାପନ ଘୋଷଣା କରିଥିଲେ  ।
Leave A Reply