Odisha news

ଆସନ୍ତା ୧୧ ମାର୍ଚ୍ଚ ରେ ସରପଞ୍ଚ ଙ୍କ ବିରୋଧ ରେ ଅନାସ୍ଥା

0
ନୂଆପଡା -୨୦/୨(ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ଠାକୁର୍ ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସକାଶେ ଭୋଟ ଗ୍ରହଣ ପାଇଁ ନୂଆପଡା ଉପଜିଲ୍ଲାପାଳ ଙ୍କ ଦ୍ୱାରା ଆସନ୍ତା ୧୧ ମାର୍ଚ୍ଚ ୨୦୨୪  ତାରିଖ କୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।ଉକ୍ତ ଦିନ ଉପଜିଲ୍ଲାପାଳ ଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ ଅଧିକାରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ ୱାର୍ଡ ସଭ୍ୟସଭ୍ୟା ଓ ସରପଞ୍ଚ ଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବକ ଭୋଟ ଗ୍ରହଣ କରାଯିବ।ଏନେଇ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ନୋଟିସ ଜରିଆରେ ଅବଗତ କରାଯାଇଥିବା ନେଇ ଉପଜିଲ୍ଲାପାଳ ଙ୍କ ସୂତ୍ରରୁ ପ୍ରକାଶ।
Leave A Reply