Odisha news

ଦୈନିକ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ମନରେଗାରେ କାମଦେଇ  ରାଜ୍ୟରେ ପ୍ରଥମ ନୂଆପଡ଼ା ଜିଲ୍ଲା

0
ନୁଆପଡ଼ା – ୩/୨ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ପରକୋଡ ପଞ୍ଚାୟତରେ  ଆଜି ଜିଲ୍ଲାପାଳଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା  ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସ୍ ଡି ପି ଓ , ଅମୃତ ପାଲ୍ ସିଂ , ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,  ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ , ବିଡ଼ିଓ ରୋହିତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର କୁମାର୍ ଦେବାଙ୍ଗନ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧରେ ଆଲୋକପାତ କରି ଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ନୂଆପଡ଼ା ଏକ ଛୋଟ ଜିଲ୍ଲା ହେଲେ ମଧ୍ଯ ମନରେଗା ଯୋଜନାରେ ଦୈନିକ ପଚାଶ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି ସମଗ୍ର ରାଜ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି l ଏଥିପାଇଁ ସେ ସମସ୍ତ ଲୋକ ପ୍ରତିନିଧି ତଥା ସମ୍ପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ସଭାରେ  ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବିଡ଼ିଓ ରୋହିତ ଭୋଇ, ସି ଡି ଏମ୍ ଓ ଡଃ ଗୁରୁପ୍ରସାଦ ଜେନା,
ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ୍ , ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର,  ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା   ବିଭାଗୀୟ  ବିଭିନ୍ନ  ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ସମସ୍ତ ଶ୍ରମିକଙ୍କୁ ବିଭିନ୍ନ ବିଭାଗରୁ କାମ ଯୋଗାଇଦେବା ପାଇଁ ଜିଲ୍ଲାପାଳ ପଞ୍ଚାୟତି ରାଜ ତଥା ଲାଇନ୍ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ବର୍ତ୍ତମାନ ଜିଲ୍ଲାରେ ଅନେକ  ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି ତଥା ବ୍ୟାଙ୍କ୍ ଜରିଆରେ ଅନେକ କୃଷକ ଏବଂ ଶ୍ରମିକ ପରିବାରଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦ ଦିନରୁ ଅଧିକ କାମ କରିଥିବାରୁ ସଭାରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ମାନଙ୍କୁ  ଜିଲ୍ଲାପାଳ ଏବଂ ଅତିଥି ମାନେ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରିଥିଲେ l ଏହି ଯୋଜନାରେ ପରକୋଡ ଗ୍ରାମ ପଞ୍ଚାୟତରେ ୨୦୦ ଦିନ  ଏଵଂ ତଦୁର୍ଦ୍ଧ୍ୱ କାମ କରିଥିବା ୨୨ ଜଣ ଶ୍ରମିକ ମାନଙ୍କୁ   ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା l ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇ କହିଲେଯେ ଆକାଂକ୍ଷି ଜିଲ୍ଲା ହିସାବରେ ପ୍ରତି ଶ୍ରମିକ ପରିବାର ଙ୍କୁ ତିନି ଶହ ଦିନର କାମ ସରକାର ଯୋଗାଇଦେବେ l ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମିଳିବ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ  ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ  ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ସଭାପରେ ଭଇଁସାତଲ ଗାଁକୁ ଯାଇ ପବ୍ଲିକ ହାଇସ୍କୁଲ ପରକୋଡରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଛାୟା ରାଉତଙ୍କୁ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ l

Leave A Reply