Odisha news

ଖାଉଟି ଅଦାଲତ ରେ ଓଏସଆରଟିସି ଦଣ୍ଡିତ

0
ନୂଆପଡା -୩୦/୧( ସୁରେନ୍ଦ୍ର ତିୱାରୀ) : ଜିଲ୍ଲା ଖାଉଟି ଅଦାଲତ ଦ୍ୱାରା ଓଏସଆରଟିସି  ଦଣ୍ଡିତ। ଆବେଦନକାରୀଙ୍କୁ କୋଡିଏ ହଜାର ଟଙ୍କା ର କ୍ଷତି ପୂରଣ ସହ ଅନ୍ୟନ୍ୟ ଆନୁସାଙ୍ଗିକ ଖର୍ଚ୍ଚ ଦେବାପାଇଁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି।
ସୂଚନା ମୁତାବକ ଗତ ୯ ଫେବୃଆରୀ ୨୦୨୪ ରେ ନୂଆପଡା ର କୃଷ୍ଣଅର୍ଜୁନ ସିଂହ ନାମକ ବ୍ୟକ୍ତି ଅନ ଲାଇନ ମାଧ୍ୟମରେ ବୌଦ୍ଧ ରୁ ନୂଆପଡା ପାଇଁ ବସ ଟିକଟ କରିଥିଲେ ଓ ଟିକଟ ବାବଦ କୁ ୭୪୦ ଟଙ୍କା ପୈଠ ମଧ୍ୟ କରିଥିଲେ । ଟିକଟ ହେଲା ପରେ ତାଙ୍କ ମୋବାଇଲ କୁ ଏ ବାବଦରେ ସୂଚନା ମଧ୍ୟ ଆସିଥିଲା । ଏହି ସୂଚନାରେ ସିଟ ର ବିବରଣୀ ସହ ବସ ଟି କେତେବେଳେ ଓ କେଉଁ ସମୟରେ ପହଞ୍ଚିବ ଲେଖାଥିଲା । ଏହି ସୂଚନା ଆଧାରରେ ଶ୍ରୀ ସିଂ ନିର୍ଧାରିତ ସମୟ ପୂର୍ବରୁ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ. ଅନେକ ସମୟ ଅପେକ୍ଷା କଲାପରେ ମଧ୍ୟ ବସ ନପହଞ୍ଚିବାରୁ ଶ୍ରୀ ସିଂ  ଓଏସଆରଟିସି କୁ ଯୋଗାଯୋଗ କରିଥିଲେ କିନ୍ତୁ ସେଠାରୁ କୌଣସି ସଠିକ ଉତ୍ତର ମିଳିନଥିଲା। ରାତ୍ରୀ ୩:୩୦  ପର୍ଯ୍ୟନ୍ତ ଅପେକ୍ଷା କଲାପରେ ମଧ୍ୟ ବସ ନ ଆସିବାରୁ  ଶ୍ରୀ ସିଂ ଆଠ ହଜାର ଟଙ୍କା ଦେଇ ଏକ ଗାଡି କରି ଘରକୁ ଫେରିଥିଲେ. ଏନେଇ ଜିଲ୍ଲା ଖାଉଟି ଅଦାଲତ ର ଦ୍ୱାରସ୍ତ ହୋଇଥିଲେ  ଶ୍ରୀ ସିଂହ। ଏହି ମାମଲା ର ଶୁଣାଣି କରି ଖାଉଟି ଅଦାଲତ ୨୦ ହଜାର ଟଙ୍କା ର ଜରିମାନା ଲଗାଇଛନ୍ତି। ଏହା ସହ ଗାଡି ଭଡା ବାବଦ ୮ ହଜାର ମାମଲା ପରିଚାଳନା ବାବଦ ୫ ହଜାର ଦେବାସହ ଟିକଟ ଟଙ୍କା ର ଆଜିପର୍ଯ୍ୟନ୍ତ ୧୨ ଶତକଡା ହିସାବରେ ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଛନ୍ତି ।
Leave A Reply