Odisha news

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସମିକ୍ଷା ବୈଠକ ଅନୁଷ୍ଠିତ l

0
ନୂଆପଡ଼ା  (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲା ସମାଜ କଲ୍ୟାଣ ବିଭାଗ  ମାସିକ ସମିକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି|  ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭାଗର ବିଭିନ୍ନ କାର୍ଯ୍ୟାବଳୀର ପୁଙ୍ଖାନୁପଙ୍ଖ ସମୀକ୍ଷା କରିଥିଲେ | ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ବୈଠକରେ ଉପସ୍ଥିତ ଥିଲେ | ଶ୍ରୀମତୀ ସଙ୍ଗିତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ଜିଲ୍ଲାରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ବିବରଣୀ ପ୍ରଦାନ କରିଥିଲେ| ଜିଲ୍ଲାରେ ପୋଷଣ କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରରେ ଏକ ନମ୍ବର କରିବାପାଇଁ ପ୍ରତ୍ୟେକ କର୍ମଚାରୀଙ୍କ ଭୂମିକା ରହିଛି l ତେଣୁ ସମସ୍ତେ ନିଷ୍ଠାର ସହିତ କାମ କରି ଜିଲ୍ଲାରୁ ମାତୃ ଓ ଶିଶୁ ମୃତ୍ୟୁହାର ଶୂନ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ| ଏହି ସମିକ୍ଷା ବୈଠକରେ ମିନା ଅଗ୍ରୱାଲ ସି.ଡ଼ି.ପି.ଓ ଖରିଆର, ତୁଳସୀ ଲତା ରାଉତ, ମଣ୍ଡଳ ପରିଦର୍ଶିକା ଖୁଦପେଜ ସେକ୍ଟର, ହେମନ୍ତି ଚଲାନ ଅଙ୍ଗନୱାଡ଼ି କର୍ମୀ, ଭିମାପଦର ଙ୍କୁ  ଉତ୍କୃଷ୍ଟ ବିଭାଗୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ଜିଲ୍ଲାପାଳଙ୍କ ଦ୍ଵାରା ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା l
Nalco
Leave A Reply