Odisha news

ଚଳନା ବିଦ୍ଯାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା

0
ନୂଆପଡ଼ା -୨୧/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ  ଗୋଡ଼ାଳ କ୍ଲଷ୍ଟର ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସପ୍ତମ ମାସିକ ବୈଠକ ଅବସରରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଇଓ ଯତୀନ୍ଦ୍ର କୁମାର ସେଠ ଉଦ୍‌‌ଘାଟନ କରିଥିଲେ। ଏ ଅବସରରେ ସ୍ଥାନୀୟ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସାରଙ୍ଗପାଣି ଦାଣ୍ତସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ମୁଖ୍ୟଅତିଥି ଭାବରେ ବିଇଓ ଶ୍ରୀ ସେଠ ଓ ସମ୍ୱାନିତ ଅତିଥି ଭାବରେ ସିଆରସିସି ସୁଶୀଳ କୁମାର ଯୋଷୀ,  ବରିଷ୍ଠ ଶିକ୍ଷକ ଅରୁଣ ଯୋଷୀ ଓ ଭରତ ଚନ୍ଦ୍ର ବାଗ ଯୋଗ ଦେଇଥିଲେ । ଶିକ୍ଷାଦାନ ସମୟରେ କେବଳ ପୁସ୍ତକ ପାଠ୍ୟକ୍ରମର ମୌଖିକ  ଶିକ୍ଷାଦାନ ଅପେକ୍ଷା ଶିକ୍ଷଣ ସାମଗ୍ରୀର ବ୍ୟବହାରିକ ଓ ଉଦାହରଣ ମୂଳକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିଥାଏ ଓ ଏହା କୋମଳମତି ପିଲାଙ୍କ ସ୍ମୃତିରେ ଦୀର୍ଘସ୍ଥାୟୀ ହୋଇପାରେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଶିକ୍ଷକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭାକାର୍ଯ୍ଯ ସଂଯୋଜନା କରିଥିଲେ । ଦେବପୂଜନ ପରେ ଅତିଥିଙ୍କ ଦ୍ୱାରା ମେଳା ଉଦଘାଟିତ ହୋଇଥିଲା । ଶିକ୍ଷକ ଜନ୍ମେଜୟ ମେହେର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।  ପରେ କ୍ଲଷ୍ଟର ସ୍ତରୀୟ ସପ୍ତମ ମାସିକ ବୈଠକରେ ବିଭିନ୍ନ ବିଦ୍ଯାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫଏଲଏନ ଶିକ୍ଷକଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଗଣେଶ୍ୱର ପଟେଲ, ବିଶ୍ୱମ୍ୱର ମେହେର, ଶଶିଶେଖର ମେହେର, ତ୍ରିବିକ୍ରମ ଗହୀର, ଲିଙ୍ଗରାଜ ମେହେର, ଆର୍ତ୍ତତ୍ରାଣ ସାହୁ, ସୋନାଲୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ମମିତା ପାଟ୍ଟଯୋଷୀ, କିଶୋର ମେହେର, ସୁମିତ୍ରା ମେହେରଙ୍କ ସମେତ ସ୍ଥାନୀୟ ବିଦ୍ଯାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଶିବ ପ୍ରସାଦ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply