ନୂଆପଡ଼ା -୧/୧୨ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ସ୍ଥିତ ପୋଲିସ ପଡିଆ ଠାରେ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନୀ ଦିନରେ ମଧୁସୂଦନ ଦାଶ ଜିଲ୍ଲାପାଳ, ନୂଆପଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ , ଭିଡିଓ ବାର୍ତ୍ତା ମାଧ୍ୟମ ରେ ଉପସ୍ଥିତ ଥିବା ଚାଷୀ ଓ ପ୍ରାଣୀ ପାଳକ ମାନଙ୍କୁ ସମ୍ବୋଧିତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଭୀମସେନ ଶବର , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଯୋଗେନ୍ଦ୍ର ମାଝୀ, ଉପଜିଲ୍ଲାପାଳ, ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ଅଧ୍ୟକ୍ଷା, ପଞ୍ଚାୟତ ସମିତି ଖରିଆର , ଶ୍ରୀମତି ଅନୁସୁୟା କୁମ୍ଭାର, ଅଧ୍ୟକ୍ଷା, ପଞ୍ଚାୟତ ସମିତି କୋମନା, ମହମ୍ମଦ ଆଦମ ଖାନ, ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡା , ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷକ ରାମେଶ୍ୱର ଦାଶଙ୍କ ନିର୍ଦ୍ଦେଶନାରେ ନେସନାଲ ହାଇସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଆଲୋକ କୁମାର ନାୟକ ସ୍ଵାଗତ ଭାଷଣ ଦେଇଥିଲେ।
ଉପସ୍ଥିତ ଅତିଥି ବୃନ୍ଦ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ବୁଲିବା ସହ ମେଳାରେ ଭାଗ ନେଇ ଥିବା ମତ୍ସ୍ୟ ଚାଷୀ , ଗୋପାଳକ, ଛେଳି ମେଣ୍ଢା ପାଳକ, କୁକୁଡ଼ା ଚାଷୀ ଏବଂ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ମହିଳା ସଶକ୍ତିକରଣ, ଦାଦନ ସମସ୍ୟା ର ନିରାକରଣ ଏବଂ ସର୍ବୋପରି ସ୍ବାବଲମ୍ବୀ ହେବା ପାଇଁ ଓ ମତ୍ସ୍ୟ ଓ ପଶୁପାଳନ ମାଧ୍ୟମରେ ଆୟ ବୃଦ୍ଧି କରିବାକୁ ଆହ୍ବାନ ଦେଇଥିଲେ l
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ନାୟକ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ ସରକାରୀ ଯୋଜନା ଓ ଗୋ ସୁଗମ ପୋର୍ଟାଲ ବିଷୟ ରେ ସମ୍ୟକ୍ ବିବରଣୀ ଦେଇ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , ମୁଖ୍ୟ ମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ମୁଖ୍ୟ ମନ୍ତ୍ରୀ ପ୍ରାଣୀ ସମୃଦ୍ଧି ଯୋଜନା , ସମନ୍ୱିତ ମତ୍ସ୍ୟ ଚାଷ ବିଷୟ ରେ ଉଦବୋଧନ ଦେଇଥିଲେ। ଜିଲ୍ଲାପାଳ କହିଲେଯେ ସମାଜରେ ଚାଷୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ସେ ନିଜେ ଜଣେ ଚାଷୀ ଘରର ପୁଅ ହୋଇଥିବାରୁ ସେମାନଙ୍କ ସମସ୍ୟା ବିଷୟରେ ସଚେତନ ଅଛନ୍ତି l ଚାଷୀ ମାନେ ବଡ଼ ସ୍ବପ୍ନ ଦେଖନ୍ତୁ ଏବଂ ତାହାକୁ ସାକାର କରିବାକୁ ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଚାରି ଜଣ ଅଗ୍ରଣୀ ଚାଷୀ , ଦିଲଚନ୍ ନାଏକ, କରଙ୍ଗା ଭଟା, କୋମନା ମାଛ ଜାଆଁଳା ଉତ୍ପାଦନ , ଡାଳିମ୍ବ ସା , ସାଲେବିଡି, ସିନାପାଲି ବାୟୋଫ୍ଲକ ପଦ୍ଧତି ରେ ମାଛ ଚାଷ , ରବିଚନ୍ଦ୍ର ମାଝୀ, ରୋହେନପଦର , ଖରିଆର ଗୋପାଳନ ଓ ଭୂମିସୂତା ମାଝୀ ଧୁଙ୍ଗିଆମୁଣ୍ଡା, ସିନାପାଲି ଙ୍କୁ ଛେଳି ପାଳନ ପାଇଁ ମଞ୍ଚରେ ସମ୍ମାନିତ କରାଯାଇଥିଲା।ବିଦ୍ୟାପତି ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ବରିଷ୍ଠ ରାଜସ୍ବ ସହାୟକ ବିଭୁଦତ୍ତ ମିଶ୍ର ସଭା ସଂଯୋଜନା କରିଥିଲେ। ଏହାପରେ ବୈଜ୍ଞାନିକ ଚାଷୀ ଆଲୋଚନା ଚକ୍ରରେ ଡ. ବସନ୍ତ କୁମାର ଧଳ, ଲିମନ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ରହି ୫୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ବୈଜ୍ଞାନିକ ପଦ୍ଧତି ରେ ପ୍ରାଣୀ ପାଳନ, ଆନୁଷଙ୍ଗିକ ଚାଷ , ନିୟମିତ ଟୀକା କରଣ, ଖରିଆର ପ୍ରଜାତି ଗାଈର ସଂରକ୍ଷଣ ପାଇଁ ମାର୍ଗ ଦର୍ଶନ ଦେଇଥିଲେ ଓ ଚାଷୀ ମାନଙ୍କ ସମସ୍ୟା ର ସମାଧାନ କରିଥିଲେ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ,କୃଷି ବିଜ୍ଞାନ କେନ୍ଦ୍ର , ପର୍ଯ୍ୟଟନ ବିଭାଗ , ପୋଲିସ, ଅଗ୍ନିଶମ ବିଭାଗ, ଓମଫେଡ, ହସ୍ତତନ୍ତ ବିଭାଗ , ମିଶନ ଶକ୍ତି, ଗୃହ ଉଦ୍ୟୋଗ , ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରମୁଖ ଷ୍ଟଲ୍ ଖୋଲିଥିଲେ । ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ରେ ବିଭିନ୍ନ ପ୍ରକାରର ଘାସ ଚାଷ , ହାଇଡ୍ରୋପୋନିକ୍ସ ପଦ୍ଧତି , ଆଜୋଲା ଉତ୍ପାଦନ , ଗିର ଗାଈ, ରେଡ ସିନ୍ଧି ଗାଈ , ଶଙ୍କର ଜାତୀୟ ଜର୍ସି ଗାଈ , ହୋଲଷ୍ଟିନ୍ ଗାଈ , ମାରାଗୁଡା ଛେଳି, ବ୍ଲାକ ବେଙ୍ଗଲ ଛେଳି, ବିଟଲ ଛେଳି , ଗୁଣ୍ଡୁରି ଚଢ଼େଇ, ଅଣ୍ଡା ଦିଆ କୁକୁଡ଼ା, ତୁର୍କୀ କୁକୁଡ଼ା, ଦେଶୀ ବତକ, ବନରାଜା କୁକୁଡ଼ା , ଠେକୁଆ, ମାଛ ହ୍ୟାଚେରି, ବାୟୋଫ୍ଲକ ଟ୍ୟାଙ୍କ, ନର୍ସରୀ ଟ୍ୟାଙ୍କ, ଏମ୍ ପି ୱାଇ ଟ୍ୟାଙ୍କ , ସମନ୍ୱିତ କୃଷି ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ନେସନାଲ ହାଇ ସ୍କୁଲ ଓ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ର ଛାତ୍ରୀମାନେ ସମ୍ବଲପୁରୀ ଏଵଂ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପାଲା, ବଜାଶାଲ , ପଥପ୍ରାନ୍ତ ନାଟକ ଇତ୍ୟାଦି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଚାଷୀଙ୍କ ମନୋରଞ୍ଜନ ହୋଇଥିଲା।