ନୂଆପଡ଼ା – ୧/୧୨ (ସୁରେନ୍ଦ୍ର ତିୱାରୀ) : ବିଶ୍ବ ଏଡ଼ସ୍ ଦିବସ ଉପଲକ୍ଷେ ସବ୍ ସେଣ୍ଟର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଟାନୱାଟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଏକ ଜନ ସଚେତନତା ରାଲି ଓ ସଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶ ଶିବିରରେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରି ମାନପତ୍ର ଦେଇଥିଲେ l ଏଠାରେ ୧୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥଲା l ଆଶାକର୍ମୀ ଗୋପଲକ୍ଷ୍ମୀ ପାଣ୍ଡେ ଓ ତାଙ୍କ ସ୍ବାମୀ ସୁଶାନ୍ତ ମହାନନ୍ଦ ଉଭୟେ ରକ୍ତଦାନ କରିଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l