ନୂଆପଡ଼ା – ୨୦/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ମହକୁମାରେ ରେ ହେବାକୁ ଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ର ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାଲି ଅନୁଷ୍ଠିତ ହୋଯାଇଅଛି l ଆସନ୍ତା ମାସ ନଭେମ୍ବର ଶେଷ ସପ୍ତାହରେ ଏହା ସ୍ଥାନୀୟ ପୋଲିସ୍ ପଡ଼ିଆରେ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ବୈଠକ ରେ ସମ୍ମତି ପ୍ରକାଶ ପାଇଛି l ପ୍ରତି ଦିନ ୫୦୦ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରେ ଜଡ଼ିତ ଚାଷୀ ସବୁ ବ୍ଲକ୍ ରୁ ଆସି ଏହି ଜୀବନ୍ତ ପଶୁ ପ୍ରଦର୍ଶନୀ ରେ ଭାଗ ନେବେ l ଜିଲ୍ଲାରେ ଏହି ବିଭାଗରେ ସଫଳତା ହାସଲ କରିଥିବା ଆଠ ଜଣ କୃଷକ ତଥା ମହିଳା ସ୍ୱୟଂ ସହାୟିକା ଦଳଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯିବ l ପ୍ରତିଦିନ କୃଷକ ମାନଙ୍କ ସହିତ କୃଷି ବୈଜ୍ଞାନିକ ମାନଙ୍କ ଭାବ ବିନିମୟ ଏଵଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ୨୦ ଟି ଷ୍ଟଲ୍ ରେ ମତ୍ସ୍ୟ ଏବଂ ପ୍ରାଣୀଧାନ ର ଉତ୍କୃଷ୍ଟ ଜୀବନ୍ତ ନମୁନା ଜିଳ୍ଲାର କୃଷକ ମାନେ ଦେଖିବାକୁ ପାଇବେ l ଏହି ମେଳାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲାପାଳ ମତ୍ସ୍ୟ , ପ୍ରାଣୀ ସମ୍ପଦ କୃଷି ଓ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏହି ବୈଠକରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପିଡି ଯୋଗେଶ୍ୱର ଭୋଇ,ମତ୍ସ୍ୟ , ପ୍ରାଣୀ ସମ୍ପଦ , କୃଷି, ଉଦ୍ୟାନ କୃଷି , ସୂଚନା ଓ ଲୋକସମ୍ପର୍କ, ମିଶନ ଶକ୍ତି ଓ ସଂପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l