Odisha news

ନୂଆପଡାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ଓ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
ନୂଆପଡା-୩୧/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ  ଶାସନ ଦିବସ ପାଳିତ ହୋଇଯାଇଛି । ନୂଆପଡା ଏନ.ଏ.ସି. ଅଧ୍ୟକ୍ଷ ଆଦମ ଭାଇ ଅତିଥି ଭାବେ ଯୋଗ ଦେଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗତ ୩୦ ଅଗଷ୍ଟ ୨୦୧୨ ମସିହାରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନବ ଗଠିତ  ହୋଇଥିଲା ଏହି ଉପଲକ୍ଷେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବିକଶିତ କରିବା ସହ ଓଡ଼ିଶା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାକୁ ଅଧ୍ୟକ୍ଷ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ। ନୂଆପଡା ଉପ କାରାଗାର ଠାରେ ଅନ୍ତେବାସୀ  ଙ୍କୁ ଫଳ ଓ  ମିଷ୍ଟାନ୍ନ ବଣ୍ଟନ ପରେ ପୁଲିସ ପଡିଆ କଲ୍ୟାଣ  ମଣ୍ଡପ ଠାରେ ମେଗା ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ନୂଆପଡା  ଏନଏସି ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ  ଏବଂ  ୧୪ ଗୋଟି  ୱାର୍ଡ ର  ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ରକ୍ତଦାନ ଶିବିର ରେ ରକ୍ତ ଦାତମାନେ ହେଲେ  ଅଧ୍ୟକ୍ଷ ଆଦମ ଭାଇ,  ଯଶୋବନ୍ତି ବେମାଲ, ସାମ୍ୱାଦିକ ସୁରେନ୍ଦ୍ର ତିୱାରୀ ପୁରୋହିତ ସୁନାନୀ ଅମିତ କୁମାର ପୁରୋହିତ, ଥାଣେଶ୍ୱର ସୁନା, ଶିବାନନ୍ଦ ପାତ୍ର, ଗିରିଶ ଜାଳ, ମହମ୍ମଦ ମୁଜାହୀଦ, କୃଷ୍ଣଚନ୍ଦ୍ର ପଣ୍ଡା, ପୁନିତ ଶତନାମୀ, ରାଜେଶ ବାଗ, ଶରତ ସହିଷ, ରାନୁ ସାହୁ, ଅମରେନ୍ଦ୍ର ବିଶ୍ୱାଳ,ଆଦିତ୍ୟ ସିଙ୍ଗଠାକୁର  ଆଶିଷ ସିଂ ରାଜପୁତ,ସୁମିତ୍ରା ପାଢ଼ୀ,ବିମଲ ସାହୁ  ଲେଖ ରାମ ଦଣ୍ଡସେନା ଓ ଧରମ ରାଜ ଶବର ପ୍ରମୁଖ ରକ୍ତଦାନ କରିଥିବା ବେଳେ ସର୍ବ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ରକ୍ତ ଦାନ ଶିବିର କୁ କିଶୋର ପରିଡ଼ା,  ଏନ.ଏ.ଏସି. କାର୍ଯାଳୟ ର   ନିକାସ  ପଣ୍ଡା, ପ୍ରତାପ ବାଗ ଆଶିଷ ରଞ୍ଜନ ଖମାରି ପ୍ରେମାନଦ ଗୌଡ଼ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରୁଥିଲେ।
Leave A Reply