Odisha news

ଏସିଏସଓ ଘରେ ଭିଜଲାନ୍ସ ଚଢ଼ାଉ, ନୂଆପଡା କଟକ ସମେତ ୬ ଗୋଟି ସ୍ଥାନରେ ଚଢ଼ାଉ।

0

ନୂଆପଡା-୨/୨ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସଓ) ରତ୍ନାକର ସେଠୀ ଙ୍କ ଘରେ ଭିଜଲାନ୍ସ ଚଢ଼ାଉ, ନୂଆପଡା, କଟକ ସମେତ ୬ ଗୋଟି ସ୍ଥାନରେ ପୃଥକ ପୃଥକ ଭାବରେ ଚଢ଼ାଉ କରାଯାଇଅଛି। ବାସଗୃହ ବାଲିସହି ମଧୁ ପାଟଣା, ତିନି ମହଲା କୋଠା ଚଉଳିଆଗଞ୍ଜ,କଟକ, ନାଟରାଜ ପେଲେସ କଲ୍ୟାଣ ମଣ୍ଡପ କଟକ, ଚୌଦ୍ବାର ଠାରେ ୩ଏକର ଜମି ପାଚେରୀ,ନୂଆପଡା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡା ଠାରେଥିବା ଭଡା ଘର ଉପରେ ଆଜି ଭିଜଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ତଦନ୍ତ ଚାଲୁଅଛି। ସେ ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରୁଛନ୍ତି। ୪୯୮ ଗ୍ରାମର ସୁନା ଗହଣା, ୨.୫ କେଜିର ରୂପା ଅଳଙ୍କାର, ଆଜି ପ୍ରାର୍ଥମିକ ତଦନ୍ତ ରୁ ଜଣାପଡିଅଛି। କଟକ ଏବଂ ଜୟପୁର ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଅଛି। ଖବର ଲେଖା ହେବା ଯାଏଁ ତଦନ୍ତ ଅବ୍ୟାହତ ରହିଛି, ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ।

Leave A Reply