ନୂଆପଡା-୨/୨ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ, ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ଓ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱ ରେ ତଥା ବସନ୍ତ ସିଂ ଠାକୁର (ପପ୍ପୁ) ଙ୍କ ସଭାପତିତ୍ୱ ରେ ତରବୋଡ଼ ପ୍ରକଳ୍ପ ସମ୍ଭବ ର ଆମ୍ବ ବଗିଚା ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉଭୟ ସଂଗଠନ ର ତିନି ଶହ ରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ଓ ପ୍ରମୁଖ ନେତୃମଣ୍ଡଳୀ ସାମିଲ ହୋଇଥିଲେ।ଗତ ବିଧାନସଭା ନିର୍ବାଚନରେ ଯଦୁମଣି ପାଣିଗ୍ରାହୀ ବିଜେପି ର ବରିଷ୍ଠ ନେତା ଦଳୀୟ ଟିକଟ ନ ପାଇବା ପରେ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିଥିଲେ ଓ ଶୃଙ୍ଖଳା ଭଙ୍ଗ ପାଇଁ ବିଜେପି ପାର୍ଟି ରୁ ନିଲମ୍ବନ କରିଥିଲା। ଗତ ଷୋହଳ ଜାନୁଆରୀ ରେ ବିଜେପି ର ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା ଓ ଗତକାଲି ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଯଦୁ ଭାଇ ଙ୍କ ନେତୃତ୍ୱରେ ଲଢ଼ୁଥିବା ବିଭିନ୍ନ ସଂଗଠନ ଓ ପ୍ରମୁଖ ନେତୃମଣ୍ଡଳୀଙ୍କର ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ଆଜିର ବୈଠକ ଡକା ହୋଇଛି ବୋଲି ସଭାପତି ବକ୍ତବ୍ୟ ରଖିଥିଲେ। ସମସ୍ତ ନେତୃମଣ୍ଡଳୀ ବିଜେପି ରେ ପ୍ରତ୍ୟାବର୍ତ୍ତନ କୁ ସ୍ୱାଗତ କରିଥିଲେ।ତା ସହିତ ପାର୍ଟି ରେ ଦୀର୍ଘ ଦିନରୁ କାମ କରୁଥିବା ଯୋଗ୍ୟତା, ଅଭିଜ୍ଞତା ଓ ଲୋକପ୍ରିୟତା ଥିବା ନେତୃତ୍ୱ ଙ୍କୁ ଅଣଦେଖା କାର୍ଯ୍ୟକାର୍ତ୍ତା ଙ୍କ ମନୋବଳ ଭାଙ୍ଗିବା ସହିତ ପାର୍ଟି ର ଅଶେଷ କ୍ଷତି ହେଉଛି ବୋଲି ମତା ମତ ପ୍ରକାଶ ପାଇଥିଲା। କିଷାନ ଓ ମଜଦୂର ର ଲଢେଇ ଜାରୀ ରହିବ,ଜୟକିସାନ ମଜଦୂର ସଂଗ୍ରାମ ପରିଷଦ ଓ ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଙ୍ଘ ଦୁଇଟି ଅଣରାଜନୈତିକ ସଂଗଠନ ନିଜ ଲଢେଇ ଜାରୀ ରଖିବ ବୋଲି ସମସ୍ତେ ନିଷ୍ପତ୍ତି ନେଇଥିଲେ।ଚଳିତ ନିର୍ବାଚନରେ ବିଜେଡି ସରକାର ଓ ଏମ.ଏଲ.ଏ. ନୂଆପଡା ମରୁଡି ଘୋଷଣା ପାଇଁ କଣ ପଦକ୍ଷେପ ନେଇଛନ୍ତି ଗାଁ ଗାଁ ରେ ପ୍ରଶ୍ନ ପଚାରିବା ପାଇଁ ଚାଷୀ ମାନେ ମତାମତ ଦେଇଥିଲେ।ସମସ୍ତେ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ବିଜେପି ପାଇଁ କାମ କରି ଦଳୀୟ ପ୍ରାର୍ଥୀ ଙ୍କୁ ଜିଲ୍ଲା ପରିଷଦ ନିର୍ବାଚନରେ ଜିତେଇବା ପାଇଁ କାମ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।ପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦଦ୍ୟ ଶ୍ରୀ ପ୍ରସନ୍ନ ପାଢ଼ୀ ବୈଠକରେ ପହଂଚି ସମସ୍ତେ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ କାମ କରି କିଷାନ ଓ ଶ୍ରମିକ ବିରୋଧୀ ସରକାର କୁ ଜବାବ ଦେବା ପାଇଁ ନିବେଦନ କରିଥିଲେ।ଏହି ବୈଠକରେ ଶଙ୍କର ଅହୀର,ସୁଖନ ଅହୀର,ଜଗନ୍ନାଥ ଶବର,ଭାରତ ମାଝୀ, ଯୋଗ ମାଝୀ, ସୁଖଦେଵ ସାହୁ,ରାମଜୀ ସତନାମୀ,ସୁରେଶ ସତନାମୀ,ହରିସିଂ ମାଝୀ,ଦୋରେଶ୍ଵର ପଟେଲ,ସୁରେଶ ବେହେରା,ଭାସ୍କର ପ୍ରଧାନ,ଗୌରମଣି ବିଭାର,ଅଭିନ୍ନ ପୁରୋହିତ,ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଶୁକ୍ଲମ୍ବର ନିଆଲ,ଅନିରୁଦ୍ଧ ନାଗ,ଜ୍ଞାନେଶ୍ୱର ସାହୁ,ଦିଗମ ମାଝୀ, କୁଶଳ ସାହୁ,ଚୁଲହାରାଜ ପୁଞ୍ଜି,ବଳଧର କେତକି,ଗଜପତି ବନଛୋର, ମହେଶ ମହରା, ଦେବ ଯୋଶୀ,ସୁକୃ ବାଗ,ସୁଜନ ନାଗ ପ୍ରମୁଖ ସାମିଲ ହୋଇ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।