Odisha news

ସଡ଼କ ସୁରକ୍ଷା ସପ୍ତାହ, ପୋଲିସ ଓ ଚାଇଲଡ଼ ଲାଇନ ଦ୍ୱାରା ପାଳିତ

0

ନୂଆପଡ଼ା-୧୭/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : କୋମନା ବ୍ଲକଅନ୍ତର୍ଗତ କୁରୁମପୁରୀ ଠାରେ ୧୧ ଜାନୁଆରୀ ୨୦୨୨ ଠାରୁ ୧୭ ଜାନୁଆରୀ ୨୦୨୨ ସପ୍ତାହବ୍ୟପି ସଡକ ସୁରକ୍ଷା ଦିବସ ଆଜି ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନୂଆପଡା ଚାଇଲ୍ଡଲାଇନ, ଲଖନା ପୋଲିସ ଓ କୁରୁମପୁରୀ ସ୍ଥିତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ହୋଇ ରାସ୍ତାରେ ଯିବା ଆସୁଥିବା ଯାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନ କରିଥିଲେ, ରାସ୍ତାର ନିୟମ ମାନି ଚଳିବା, ହେଲମେଟ ବ୍ୟବହାର କରିବା ଓ ଅଭ୍ୟାସରେ ପରିଣତ କରିବା । ବର୍ତ୍ତମାନ କୋଭିଡ ମହାମାରୀ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସହିତ ମାସ୍କ ନିୟମିତ ବ୍ୟବହାର କରିବା କୋଭିଡ ଟୀକା ନେବା ସହିତ ଲୋକମାନଙ୍କୁ ନିଜ ନିଜ ଅଞ୍ଚଳରେ ସଚେତନ କରିବା, ତତ ସହିତ ଚାଇଲ୍ଡଲାଇନ ର କାର୍ଯ୍ୟ, ଶିଶୁ ଅଧିକାର, ଶିଶୁ ସମସ୍ୟା ଓ ଟୋଲ ଫ୍ରି ନମ୍ବର ୧୦୯୮ ର ବହୁଳ ପ୍ରସାର ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚାଇଲ୍ଡଲାଇନ ର ସଂଯୋଜକ ମୁକେଶ କୁମାର ଯୋଶୀ, ହୋସନା ଅକ୍ତରୀ, ସଦସ୍ୟ ଦିନେଶ ସାହୁ, ସବିତା ସୁନାନି, ଦିଗେଶ୍ବରୀ ସାହୁ, ସୁନାଧାର ସୁନାନି, ଭାନୁ ପ୍ରତାପ ମାଝୀ, ଲଖନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ, କମଲା କାନ୍ତ ପଣ୍ଡା ଓ ଅନ୍ୟ ପୁଲିସ କର୍ମୀ ସହିତ ସ୍ଥାନୀୟ ଅଙ୍ଗଘାଡି କର୍ମୀ ଉପସ୍ଥିତ ଥିଲେ।

Leave A Reply