Odisha news

ଯୁବ ସମ୍ବଳ କେନ୍ଦ୍ର ଦ୍ୱାରା କେରିୟର କାଉନସେଲିଙ୍ଗ

ନୂଆପଡ଼ା-୨୯/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଠାରେ ଯୁବ ସମ୍ବଳ କେନ୍ଦ୍ର ନୂଆପଡ଼ା ତରଫରୁ ଯୁକ୍ତ ଦୁଇ କଳା ବିଭାଗର ଛାତ୍ରଛାତ୍ରୀ ଙ୍କୁ ନେଇ କେରିଅର କାଉନସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଯାଇଛି । କାର୍ଯ୍ୟକ୍ରମ ରେ ଯୁବ ସମ୍ବଳ କେନ୍ଦ୍ରର ଯୁବ ସଂଯୋଜକ ବିଶ୍ୱଜିତ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟାପକ ରାଜକୁମାର ସୁନାନୀ ମୁଖ୍ୟଅତିଥି , ପରିତୋଷ ସାହୁ, ଦୁର୍ଯ୍ୟୋଧନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟିକେଶ୍ୱର ହଂସ , ରୋୟଲ କ୍ଲବ ଗାନିଆରୀ ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ପାଠ ପଢା ଶେଷ କରିଲା ପରେ ଛାତ୍ରଛାତ୍ରୀ ମାନେ କେଉଁ କେଉଁ ବିଷୟରେ ପାଠ ପଢି ପାରିବେ ଏବଂ ନିଜ କେରିୟର କିପରି ଭାବରେ ନିର୍ଧାରଣ କରିବେ, କେରିଅର ଯୋଜନା କିପରି ଭାବରେ କରାଯାଏ , ଯୁବକଯୁବତୀ ମାନେ ନିଜର ସହମତି ଅନୁଯାୟୀ କିପରି ଭାବରେ କେରିଅର ନିର୍ଦ୍ଧାରଣ କରିବେ ଯୁକ୍ତ ଦୁଇ ସାରିଲା ପରେ କେଉଁ ଠାରେ କାମ କରିପାରିବେ , ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଙ୍କ ପାଇଁ ସରକାରୀ ଓ ବେ ସାରକାରୀ ସ୍ତରରେ କଣ କଣ ରୋଜଗାର ର ସୁବିଧା ଅଛି ଏବଂ ରାଷ୍ତୀୟ ରକ୍ଷା ଏକାଡେମୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।

Govt

Comments are closed.