Odisha news

କଳାହାଣ୍ଡି ସାଂସଦଙ୍କ ଦ୍ୱାରା ନୂତନ କୋଠା ଉଦଘାଟିତ

ନୂଆପଡା-୨୯/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ସଦର ବ୍ଲକ ଖଳିଆପାଣି ଗ୍ରାମଠାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ନୂଆପଡା ପଞ୍ଚାୟତ ସମିତି ଚ୍ୟାରମେନ ତାରେଶ୍ୱରୀ ସାହୁଙ୍କ କରକମଲରେ ନୂତନ ଅଟଳ କ୍ରୀଡା ଗୋଷ୍ଠୀ ଗୃହ ଓ ଅଙ୍ଗନବାଡି କେନ୍ଦ୍ର,ନୂଆଡ଼ିହି ର ଶୁଭ ଉଦଘାଟିତ ହୋଇ ଯାଇଛି। ଏ ଅବସର ରେ ବୃକ୍ଷରୋପଣ ମଧ କରାଯାଇଥିଲା। ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ଯୁବକ ସଂଘ ଖଳିଆପାନି ସମସ୍ତ ଯୁବକ ଭାଇମାନଙ୍କ ସହଯୋଗରେ ସଫଳତା ସହ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନିଜର ଆର୍ଯ୍ୟ,ହୋମ ସିଂ ମାଝୀ,ତୁଳସ ପଟେଲ, ଧନିରାମ ସାହୁ, ବିଜୟ ଚନ୍ଦ୍ର ପାର ଓ ସଦାନନ୍ଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

Govt

Comments are closed.