ନୂଆପଡା-୨୭/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖଡ଼ିଆଳ ସ୍ଥିତି ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ସମଳେଇ ସେନା ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ।ପଶ୍ଚିମ ଓଡିଶାର ୯ ଟି ଜିଲ୍ଲା ରୁ ବଛା ବଛା କଲାକାର ମାନେ ଅଂଶ ଗ୍ରହଣ କରିଥିଲେ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ କେବିକେ ଏକ୍ସପର୍ଟ ସଦସ୍ୟ ଲମ୍ବୋଦର ନିଆଲ, ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ଯୁବନେତା ଭାଲୁ କର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ହୋଇଥିଲେ, କଲାକାର ମାନଙ୍କ ନାଚଗିତ ରେ ଭେଟଘାଟ ମଞ୍ଚ ଦୁଲୁକି ଉଠିଥିଲା, ବିଧାୟକ ତଥା ଅତିଥି କଲାକାର ଓ ସମଲେଇ ସେନା ର ସଦସ୍ୟ ମାନେ ନାଚଗିତ ରେ ଝୁମି ଯାଇଥିଲେ ,ପରିଶେଷ ରେ କୋବିଡ ସମୟ ରେ ନିଜ ଜୀବନ କୁ ବାଜି ଲଗାଇ ସମାଜସେବା କରିଥିବା କରୋନା ଯୋଦ୍ଧା ପୋଲିସ ବାହିନୀ,ସ୍ବାସ୍ଥ୍ୟ ବିଭାଗ ,ସଫେଇ କର୍ମଚାରୀ ତଥା ଗଣ ମାଧ୍ୟମ ର ଜିଲ୍ଲାପ୍ରତିନିଧି ବିଜୟ କୁମାର ସହିସ ଓ ମୋତିଲାଲ ବାଗ କୁ ସମ୍ମାନୀତ କରାଯାଇଥିଲା । ସମଲେଇ ସେନା ସଭାପତି ପ୍ରଦିପ ଧିଣ୍ଡିଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.