Odisha news

ଢ଼ାବା ମାଳିକାଣି ହତ୍ୟା ଘଟଣା, ଜ୍ବାଇଁ ଓ ବଡ଼ ଭାଇ ମୁଖ୍ୟ ଅଭିଯୁକ୍ତ

ନୂଆପଡା-୧୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଖଡ଼ିଆଳ ଥାନା ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ରେ ଡୁଆଝର ଗ୍ରାମ ସ୍ଥିତି ଆପନା ଢ଼ାବା ମାଳିକାଣି ବାସନ୍ତି ମେହେର ହତ୍ୟା ଘଟଣାର ପରଦାଫାସ ପୋଲିସ କରିଛି । ବୈବାହିକ ବିବାଦ କାରଣରୁ ହତ୍ୟା କରିବାରେ ତାଙ୍କ ଜ୍ବାଇଁ ଏବଂ ତାଙ୍କ ବଡ଼ ଭାଇ ସାମିଲ ରହିଥିବା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ। ଆଜି ଖଡ଼ିଆଳ ଥାନା କାର୍ଯ୍ୟାଳୟ ଠାରେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀ ରେ ଉପରୋକ୍ତ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଖଡ଼ିଆଳ ଥାନାରେ କେଶ ନଂମ୍ବର ୨୭୧ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ମାନଙ୍କୁ ଠାଵ କରିବାରେ ସଫଳ ହୋଇଛନ୍ତି । ବାସନ୍ତି ମେହେରଙ୍କୁ ହତ୍ୟା କରିବା ନେଇ ଜ୍ବାଇଁ ଏବଂ ତାଙ୍କ ବଡ଼ ଭାଇ ମିଳିତ ଯୋଜନା କରିଥିଲେ। ସେମାନେ ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳରୁ ଦୁଇ ଗୋଟି ପେଷାଦାର ସାର୍ପ ସୁଟରଙ୍କୁ ଟଙ୍କା ଲାଳସା ଦେଇ ହତ୍ୟା ପାଇଁ ନିୟୋଜିତ କରିଥିଲେ।

ଉଭୟଙ୍କ ମଧ୍ୟରେ ୬ ଲକ୍ଷ ଟଙ୍କାରେ ହତ୍ୟା କରିବାର ଚୁକ୍ତି ହୋଇ, ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ବେଳେ ହତ୍ୟା ପରେ ୪ ଲକ୍ଷ ଟଙ୍କା ଦେବାର କଥା ହୋଇଥିଲା । ଯୋଜନା ମୁତାବକ ଦୁଇ ସୁଟର ଏକ ଦେଶୀ ବନ୍ଧୁକଧରି ଢ଼ାବାକୁ ଆସି ଖାଦ୍ୟ ମାଗିବା ଆଳରେ ଯାଇ ସମ୍ମୁଖରୁ ମାଳିକାଣି କୁ ସୁଟ କରି ଘଟଣାସ୍ଥଳରୁ ଫେରାର ହୋଯାଇଥିଲେ। ଏହି ଘଟଣା ରେ ୪ ଜଣଙ୍କୁ ଗିରିଫ କରିଥିବା ବେଳେ , ୯୦ ହଜାର ଟଙ୍କା ନଗଦ, ୪ ଗୋଟି ମୋବାଇଳ, ଦୁଇ ଗୋଟି ବାଇକ, ଜବତ କରିଛନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସ୍.ଡି.ପି.ଓ. ସନ୍ତକ ଜେନା, ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ଯୋଗ ଦେଇଥିଲେ। ଘଟଣା ର ତଦନ୍ତ ଅବ୍ୟାହତ ଥିବା କାରଣ ରୁ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ନାଁ ଏବଂ ଠିକଣା ଗୋପନ ରଖିଥିବା ପୋଲିସ ବିଭାଗ ପକ୍ଷରୁ ପ୍ରକାଶ।

Comments are closed.