Odisha news

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆପଡ଼ାରେ ବଡ଼ ଘୋଷଣା : ଖରିଆର ରୋଡ୍‌କୁ ପୌର ପରିଷଦ ଏବଂ କୋମନା ଓ ସିନାପାଲିକୁ ବିଜ୍ଞପିତ ପରିଷଦର ମାନ୍ୟତା

0

ନୂଆପଡ଼ା: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସେ ଆଜି ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଖରିଆର ରୋଡ୍‌କୁ ପୌର ପରିଷଦ ଏବଂ କୋମନା ଓ ସିନାପାଲିକୁ ବିଜ୍ଞପିତ ପରିଷଦର ମାନ୍ୟତା ଦିଆଯିବା ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ୯୫୭ଟି ନୂଅ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ଜଳସେଚନ ପାଇଁ ୮୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଆଗରୁ ଏନେଇ ଦୀର୍ଘ ଦିନଧରି ଦାବି ହୋଇଥିଲା। ସିନାପାଲି ଓ କୋମନାରେ ସବ୍ ରେଜିଷ୍ଟ୍ରର ଅଫିସ୍ ଖୋଲାଯିବା ନେଇ ବି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଖଡ଼ିଆଳ ବିଧାୟକ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
Leave A Reply