ନୂଆପଡା (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଓଡିଶା ଜଳନିଗମ ନିର୍ଦ୍ଦେଶକ ଇଂ ଦେବବ୍ରତ ମହାନ୍ତି ଆସିଛନ୍ତି । ରବିବାର ନୂଆପଡା ରେ ପହଞ୍ଚିଥିବା ଇଂ ମହାନ୍ତି ସୋମବାର ସକାଳେ ନୂଆପଡା ଜିଲ୍ଲା ସର୍କିଟ ହାଉସରେ ଜିଲ୍ଲାର ତିନି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା, ଖରିଆରରୋଡ଼ ଓ ଖଡିଆଳର ବିଭାଗୀୟ କାର୍ଯ୍ୟାବଳୀର ସମିକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ରସରକାରଙ୍କ ଅମୃତ ଯୋଜନା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହର ଜଳ ପରିମଳ ବ୍ୟବସ୍ଥା ,ଗାରିମା ଯୋଜନାର ସମିକ୍ଷା କରିଥିଲେ । ବୈଠକରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାଶନ ରଥ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧିନ ମହାରଣା, ଜନ ସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଯନ୍ତ୍ରୀ , ସାନିଟେସନ ଅଧିକାରୀ, ଆକାଉଣ୍ଟାଣ୍ଟ
ପ୍ରମୁଖ ଯୋଗ ଦେଇଥିଲେ। ସମିକ୍ଷା ପରେ ନିର୍ଦ୍ଦେଶକ କ୍ଷେତ୍ର ପରିଦର୍ଶନରେ ଯାଇ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏମସିପି ଏମଆରଏଫ ସେଡ ର ପରିଦର୍ଶନ କରିବା ସହ ନୂଆପଡା ଓ ଖରିଆରରୋଡ ସହରକୁ ହେଉଥିବା ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପତୋରା ଠାରେ ଥିବା ଇନଟେକ ୱାଲ୍ ପରିଦର୍ଶନ କରିଥିଲେ । ସେଠାରୁ ଖରିଆର ରୋଡ ମୁଣ୍ଡାଗାଁରେ ଅମୃତ ଯୋଜନାରେ ପୁନରୁଦ୍ଧାର କରାଯାଇଥିବା ମୁଣ୍ଡଗାଁ ବନ୍ଧ ଓ ସ୍ମାର୍ଟ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ । ଏହାସହିତ ସେ ତିନି ସହରବାସୀଙ୍କୁ ପ୍ରର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଉପଲବ୍ଧ ହେଉଛିକି ନାହିଁ ପଚାରି ବୁଝିଥିଲେ ।