ଵିଜ୍ଞାନ ଦୃଷ୍ଟିରେ ମଧ୍ୟ କାହିଁକି ଶ୍ରାବଣ ମାସରେ ଆମିଷ ଭକ୍ଷଣ ନିଷେଧ ଅଟେ ଓ ଏହାଦ୍ୱାରା ହୋଇଥାଏ କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା
ସାଧାରଣ ଭାବରେ ବର୍ଷାଋତୁ ରେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇ ଯାଇଥାଏ l ଶ୍ରାବଣ ମାସରେ ବର୍ଷା କାରଣରୁ ଜଳବାୟୁ ରେ ଆର୍ଦ୍ରତା ରହିଥାଏ l ଯାହାର ପ୍ରଭାବ ଆମର ପାଚନ ତନ୍ତ୍ର ଉପରେ ପଡିଥାଏ ଓ ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଇଥିଲା l ନିରାମିଷ ତୁଳନାରେ ଆମିଷ ଖାଦ୍ୟ ହଜମ ହେବାରେ ସମୟ ଲାଗିଥାଏ l ଏହି ସମୟରେ ଆମିଷ ଖାଦ୍ୟ ଅନ୍ତ କୁ ନଷ୍ଟ କରିଥାଏ ଓ ଏହାର ଖରାପ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ l
– ଏହି ସମୟରେ ଖାଇବା ଜିନିଷ ଖୁବ ଶୀଘ୍ର ଖରାପ ହୋଇ ଯାଇଥାଏ l ଅତ୍ୟଧିକ ଆର୍ଦ୍ରତା କାରଣରୁ ଫାଂଗାଲ ଇନଫେକ୍ସନ ଅଧିକ ହୋଇଥାଏ l ବର୍ଷା ଋତୁରେ ଖାଦ୍ୟ ପଦାର୍ଥ ଖୁବ ଶୀଘ୍ର ଖରାପ ହୋଇ ଯାଇଥାଏ ଓ ଏହାର ପ୍ରଭାବ ସବୁଠୁ ଅଧିକ ଆମିଷ ଖାଦ୍ୟ ଉପରେ ପଡିଥାଏ l ଯେଉଁ କାରଣରୁ ଖାଇବା ଜିନିଷ ଖୁବ ଶୀଘ୍ର ଖରାପ ହୋଇ ଯାଇଥାଏ l
– ବର୍ଷା ଋତୁରେ ପୋକ ଜୋକ ଙ୍କ ସଂଖ୍ୟା ଖୁବ ବଢି ଯାଇଥାଏ l ଯାହାକି ଅନେକ ରୋଗର କାରଣ ହୋଇଥାଏ l ଜୀବଜନ୍ତୁ ସାଧାରଣ ଭାବରେ ଘାସ ଓ ପତ୍ର ଖାଇ ଥାଆନ୍ତି ଓ ବର୍ଷା ଋତୁରେ ସେମାନେ ପୋକ ଜୋକ ଖାଇ ଦେଇଥାଆନ୍ତି l ଯେଉଁ କାରଣରୁ ଜୀବଜନ୍ତୁ ବିଭିନ୍ନ ରୋଗ ଦ୍ୱାରା ଅଧିକ ଗ୍ରସିତ ହୋଇ ଥାଆନ୍ତି l
– ବର୍ଷାଋତୁ ରେ ସି ଫୁଡ ଖାଇବା ଖୁବ କ୍ଷତିକାରକ l ଏହି ସମୟରେ ମାଛ ମାନେ ଅଣ୍ଡା ଦେଇ ଥାଆନ୍ତି ଓ ଏହି କାରଣରୁ ସେମାନଙ୍କ ଶରୀରରେ ହର୍ମୋନଲ ପରିବର୍ତନ ହୋଇଥାଏ l ତେଣୁ ଏହି ସମୟରେ ସି ଫୁଡ ମଧ୍ୟ ଖାଇବା ଠିକ ନୁହେଁ l କାହିଁକି ନା ଏହାର ପ୍ରଭାବ ଶରୀର ଉପରେ ସ୍ୱାସ୍ଥ୍ୟ ଉପରେ ପଡିଥାଏ l
– ବର୍ଷା ଋତୁରେ ଡେରିରେ ହଜମ ହେଉଥିବା ଖାଦ୍ୟ ଖାଇବା ଉଚିତ ନୁହେଁ l ଯେପରିକି ଅତ୍ୟଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ,ଏହାଛଡା ଆମିଷ ମଧ୍ୟ ଅତ୍ୟଧିକ ଖାଇବା ଉଚିତ ନୁହେଁ l ଆମିଷ ମଧ୍ୟ ପେଟକୁ ଅଧିକ ସଂକ୍ରମିତ କରିଥାଏ l
– ଏହିସବୁ ଭୋଜନ ସେବନ ଦ୍ୱାରା ଡାଇରିଆ ସମସ୍ୟା ଲାଗି ରହିଥାଏ
– ପେଟ ସଂକ୍ରମିତ ହୋଇ ଜ୍ୱର ହେବାର ସମ୍ଭାବନା ରହିଥାଏ l
– ଆମେ ଏହି ଋତୁରେ ପାଣି କମ ପିଇଥାଉ ଯେଉଁ କାରଣରୁ ପେଟ ରେ ଏସିଡ଼ିଟି ଓ ଗ୍ୟାସ ସମସ୍ୟା ନିୟମିତ ଭାବରେ ଦେଖା ଯାଇଥାଏ l
