Odisha news

ଭଙ୍ଗା ବ୍ଲୁ -ଟୁଥ ଧରା ପକାଇଲା ଡାକ୍ତରୀ ଛାତ୍ରୀ ରେପ ଓ ମର୍ଡର ଆରୋପିକୁ

0

ସ୍ୱାଧୀନତା ଦିବସ ପୂର୍ବରୁ ଦେଶକୁ ପୁଣି ଦୋହଲାଇ ଦେଲା ନିର୍ଭୟା କାଣ୍ଡ l ଏଇଥର ଶିକାର ହେଲେ କଲିକତା ର ପିଜି ଦ୍ଵିତୀୟ ବର୍ଷ ଡାକ୍ତରୀ ଛାତ୍ରୀ ପ୍ରତିବାଦରେ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତର ଙ୍କ ଧର୍ମଘଟ
ଭଙ୍ଗା ବ୍ଲୁ – ଟୁଥ ଖୋଲିଥିଲା ନିର୍ଭୟା କାଣ୍ଡର ରହସ୍ୟ
ମଦ୍ୟପାନ କରି ପର୍ଣ୍ଣ ଭିଡିଓ ଦେଖିଥିଲା ଆରୋପି ଓ ଏହାପରେ ଘଟାଇ ଥିଲା ନାରକୀୟ କାଣ୍ଡ କଲିକତାର ଆର ଜୀ ମେଡିକାଲ କଲେଜ ରେ ଅଗଷ୍ଟ ୯ତାରିଖ ଦିନ ସକାଳୁ ସେମିନାର ହଲରେ ମିଳିଥିଲା ଜଣେ ଡାକ୍ତରାଣୀ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଶରୀର l ଯାହାଙ୍କର ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତାକ୍ତ କରାଯାଇ ଥିଲା ଏବଂ ହୋଇ ଚାଲିଥିଲା ରକ୍ତସ୍ରାବ l

କେଉଁଠି ଗୋଡ଼ରୁ ତ ପୁଣି କେଉଁଠୁ ଗଳାରୁ , ଆରୋପି ଥିଲା ଏଭଳି ନର ଭକ୍ଷକ ଛାଡି ନଥିଲା ଯୌନାଙ୍ଗକୁ  l ପ୍ରଥମେ ସମ୍ଭୋଗ କରି ନିଜର ଲାଳସା ମେଣ୍ଟାଈ ଥିଲା, ଏବଂ ପରେ କରିଥିଲା କ୍ଷତବିକ୍ଷତ l

ଅଗଷ୍ଟ ୮ତାରିଖ ଦିନ ରାତିରେ ମାଙ୍କ ସହିତ କଥା ହୋଇଥିଲେ ଡାକ୍ତରୀ ଛାତ୍ରୀ, ଏବଂ ମାଙ୍କୁ କହିଥିଲେ ମୁଁ ଯାଉଛି ରାଉଣ୍ଡ ରେ l ଏହାପରେ ରାତ୍ରୀ ଭୋଜନ କରିବି l ରାଉଣ୍ଡ ରୁ ଫେରିବା ପରେ ନିଜ ଜୁନିଅର ମାନଙ୍କ ସହିତ ରାତ୍ରିଭୋଜନ କରି ଡାକ୍ତରଖାନା ର ସେମିନାର ହଲ କୁ ଚାଲି ଯାଇଥିଲେ ବିଶ୍ରାମ ପାଇଁ l ଏହାପରେ କଣ ଘଟି ଥିଲା କେହି ଜାଣନ୍ତି ନାହିଁ l

ପୋଲିସ ଘଟଣା ସ୍ଥଳରୁ ସାମାନ୍ୟ ଭାଙ୍ଗି ଯାଇଥିବା ଗୋଟିଏ ବ୍ଲୁ ଟୁଥ ପାଇଥିଲା, ଏବଂ ସିସିଟିଭି କ୍ୟାମେରା ଜରିଆରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ କହିଥିଲା ନିଜ ମୋବାଇଲ୍ ଫୋନ ର ବ୍ଲୁ ଟୁଥ ଅନ କରିବା ପାଇଁ l ଏହାପରେ ସଞ୍ଜୟ ରାୟ ନାମକ ବ୍ୟକ୍ତିର ମୋବାଇଲ ରେ ତାହା କନେକ୍ଟ ହୋଇ ଯାଇଥିଲା ବ୍ଲୁ ଟୁଥ ଟି , ଯିଏକି ପୋଲିସ କଲ୍ୟାଣ ବୋର୍ଡ ରେ ସହାୟକ ଅର୍ଥାତ ଭଲ୍ୟୁନ୍ଟିଆର ଭାବରେ କାର୍ଯ୍ୟ କରୁଥିଲା l ପୋଲିସ ପକ୍ଷରୁ ରେପ ଓ ମର୍ଡର କେଶ ଦର୍ଜ ହୋଇଛି l

ପୋଷ୍ଟ ମର୍ଟମ ରିପୋର୍ଟ ରେ ମିଳିଥିଲା ୨ ଚକ୍ଷୁ ଓ ପାଟିରୁ ରୁ ରକ୍ତସ୍ରାବ ହୋଇଛି , ଏହାଛଡା ଯୌନାଙ୍ଗ, ଗଳା , ପେଟ, ବାମ ପାର୍ଶ୍ଵ ଗୋଡ଼ରୁ  ମଧ୍ୟ ରକ୍ତସ୍ରାବ ର ରିପୋର୍ଟ ଆସିଛି l

ଇଣ୍ଡିଆନ ମେଡିକାଲ ଆସୋସିଏସ ଦ୍ୱାରା ଦାବି କରାଯାଇଛି ଯେ ଦୋଷୀ କୁ ଫାସୀ ଦଣ୍ଡାଦେଶ ହେଉ l ଏହାକୁ ବିଭିନ୍ନ ସ୍ଥାନରେ ନିନ୍ଦା କରାଯାଇଛି l

Nalco
Leave A Reply