ନିରାକାରପୁର, ୬/୭: ଟ୍ରକ କୁ ସାଇଡରୁ ଧକ୍କା ଦେଲା କାର।ମାଲ ବୋଝେଇ ଟ୍ରକଟି ଆନ୍ଧ୍ରପ୍ରଦେଶରୁ ମାଲ ବୋଝେଇ କରି ଖୋର୍ଦ୍ଧା ପଟକୁ ଯାଉଥିବା ଦୁର୍ଘଟଣା ହୋଇଥିଲା।ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ମଝିରେ ଅଟକି ରହିଥିଲା ସେହି ଜାଗାରେ ଏକ ଟ୍ରକକୁ କାର ଓଭରଟେକ କରୁଥିବା ବେଳେ ଘଟିଛି ଆଉ ଏକ ଦୁର୍ଘଟଣା।ଦୁର୍ଘଟଣା ରେ ଗୋଟିଏ ପରିବାର ସମସ୍ତ ସଦସ୍ୟ ନିଶ୍ଚୟ ମୃତ୍ୟୁ ମୁଖରୁ ବଂଚିତ।ଆଜି ବାଣପୁର ର କୁନା ପଟ୍ଟନାୟକ ତାଙ୍କ ପୁଅ ଦେହ ଖରାପ ଥିବାରୁ ଏକ କାରରେ ପୁଅକୁ ନେଇ ମେଡ଼ିକାଲ ଯାଉଥିଲା ବେଳେ ଘଟିଛି ଦୁର୍ଘଟଣା।ଦୁର୍ଘଟଣା ରେ କୁନା ପଟ୍ଟନାୟକଙ୍କ ପରିବାରର କୈ।ଣସି କ୍ଷତି ହୋଇନଥିଲା ବେଳେ କାରଟିର ପଛ ଚକା ଫାଟି କାରର ଡାହାଣ ପଟ ଭାଗିଂ ଯାଇଛି।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।