ନିରାକାରପୁର,୨୩/୧୦: ଖୋର୍ଦ୍ଧା ଜିଲ୍ଲା ନରଣଗଡ ବିନ୍ଦୁ ବଳୟ ଯୁବ ନିକେତନ ଦ୍ଵାରା ଚାଲିଥିବା ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବାଲିଗାଡିଆ ଫୁଟବଲ ଦଳ କୁ ତରତୁଆ ଦଳ ଭେଟିଥିଲେ। ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ଖେଳ ଶେଷ ପର୍ଯ୍ୟନ୍ତ ୧-୧ ସ୍କୋର ରେ ଉଭୟ ବରାବର ରହିଥିଲେ। ଶେଷରେ ଟ୍ରାଇବ୍ରେକର ଜରିଆରେ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ୪-୩ ଗୋଲରେ ତରତୁଆ ଦଳ ବିଜୟ ହାସଲ କରି ସେମି କୁ ଉନ୍ନୀତ ହୋଇଛି। ଆଜିର ଖେଳକୁ ଫକୀର ଚରଣ ନିଶଙ୍କ, ଶରତ ଛୋଟରାୟ, ଅଭିନଶ ପଟ୍ଟନାୟକ ଓ ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ଅବକାଶ ମହାନ୍ତି, ପୂର୍ବତନ ସରପଂଚ କାଳୁ ଚରଣ ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।