Odisha news

ଛଣଗିରି  ଗୋଷ୍ଠୀ ସଂଘର୍ଷ ଘଟଣା : ପୋଲିସ ଉଭୟ ପଟୁ ୧୮ ଜଣଙ୍କୁ କଲେ କୋର୍ଟ ଚାଲାଣ 

0
ନିରାକାରପୁର,୧୯/୮: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ  ଗୋ ଚାଲାଣ କୁ କେନ୍ଦ୍ର କରି ଉପୁଜିଥିବା ବିବାଦ ପରେ ପୋଲିସ ଛାଉଣୀରେ ଛଣଗିରି ସମଗ୍ର ଅଞ୍ଚଳ ରହିଛି। ପରେ  ଉତ୍ତେଜନା  ସୃଷ୍ଟି ହେବା ଆଶଙ୍କାରେ ରବିବାର ରାତିରେ ଜଂକିଆ ପୋଲିସ ଉଭୟ ଗୋଷ୍ଠୀର ୯ ଜଣ ଲେଖାଏଁ ସମ୍ପୃକ୍ତ ବ୍ୟକ୍ତି ସମୁଦାୟ ୧୮ ଜଣଙ୍କୁ ଆଜି   କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏ ନେଇ ୨୮୧ /୨୦୨୪ ଓ ୨୮୫/୨୪ ରେ ଦୁଇଟି ପୃଥକ୍ କେସ ରୁଜୁ ହୋଇଛି।   ପ୍ରକାଶ ଥାଉ  କି ଖୋର୍ଦ୍ଧା ଜିଲ୍ଲା ଛଣଗିରି ଅଂଚଳରେ ଗୋରୁ ଗାଡି ଚାଲାଣ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକ ଅଶାନ୍ତ ପରିସ୍ଥିତି ଦେଖାଦେଇଥିଲା। ବେଗୁନିଆ ଅଞ୍ଚଳ ରୁ ଏକ ଗୋରୁ ବୋଝେଇ ଆସୁ ଥିବାବେଳ କୌଣସି ସୂତ୍ରରୁ ଖବର ପାଇ କିଛି ଲୋକ ଗୋରୁ ଗାଡ଼ି ଟିକୁ। ଦେଉଳି ନିକଟରେ ଜଗି ଗୋରୁ ମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ଏହି ଖବର ପାଇଁ ଛଣଗିରି ଗୋରୁ ଚାଲାଣ ରେ ସଂପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳ ରେ ପହଞ୍ଚି ଖବର ଦେବା ସନ୍ଦେହରେ ଗୋପିନାଥପୁର ଗ୍ରାମର ଜଣେ ଯୁବକଙ୍କୁ ଉଠାଇ ନେଇ ପଲାଇଥିଲେ। ସେହି ବ୍ୟକ୍ତିମାନେ ତାକୁ ନେଇ ତାଙ୍କ ସାହିରେ ରଖି ମାଡ଼ ପିଟ କରୁଥିବା ସୂଚନା ପାଇ ବହୁ ସଂଖ୍ୟାରେ ଲୋକ ମାନେ ଉକ୍ତ ସାହିକୁ ଯାଇ ଥିଲେ। ଉକ୍ତ ସାହିର ଲୋକେ ଏହାକୁ ଦେଖି ଏମାନଙ୍କୁ ଆକ୍ରମଣ କରିବାକୁ ଆସିବାରୁ ଯାଇଥିବା ଲୋକ ମାନେ ଗାଡି ଛାଡ଼ି ପଳାଇ ଆସିଥିଲେ। ଫଳରେ ପ୍ରାୟେ୧୮ ଟି ବାଇକକୁ ଅପରପକ୍ଷ ଲୋକେ ଭାଙ୍ଗି ରୁଜି ପୋଡ଼ି ଦେଇଥିଲେ। ।ଏହାକୁ ବିରୋଧ କରି ଉତ୍ୟକ୍ତ ଲୋକମାନେ ଛଣଗିରି ଛକ ନିକଟରେ ଟାୟାର ଜାଳି ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଥିଲେ । ଉକ୍ତ ସମୟରେ ପଞ୍ଚାୟତ ଛକ ନିକଟରେ କିଛି ଦୋକାନ ଘରେ କିଛି ଦୁର୍ବୃତ ନିଆଁ ଲଗାଇ ପୋଡ଼ିଦେବା ସହିତ ଭାଙ୍ଗି ରୁଜି ଦେଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ଜଂକିଆ ଠାରେ ଜାତୀୟ ରାଜପଥ ୧୬ ଅବରୋଧ କରିଥିଲେ। ଘଟଣା ସ୍ଥଳକୁ ଖୋର୍ଦ୍ଧା ବିଧାୟକ ଆସି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ, ଗୁରୁତର ପିଲାର ଚିକିତ୍ସା ଓ ଏକ କମିଟି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଜାରି ସମ୍ପୂର୍ଣ ଗି ଚାଲାଣ ବନ୍ଦ କରିବାର ପ୍ରତିଶ୍ରୁତି ମିଳିବ ପରେ ରାସ୍ତା ଅବରୋଧ ହଟିଥିଲା। ସେହି ଦିନ ଠାରୁ ପୋଲିିିସ ଛାଉଣୀରେ ଛଣଗିରି ରହିଛି ।
Leave A Reply