ସିଟି ଓ ଜିଏଷ୍ଟି ଅତିରିକ୍ତ କମିଶନରଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ନିରାକାରପୁର : ସିଟି ଓ ଜିଏଷ୍ଟି ଅତିରିକ୍ତ କମିଶନରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। । ଯାଜପୁର ସିଟି ଓ ଜିଏଷ୍ଟି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍କୁ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ । ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ଏହି ଚଢାଉ ହୋଇଛି।ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ। ରାମେଶ୍ବର ପଞ୍ଚାୟତ ପଦ୍ମପୁର ଗ୍ରାମ ପୈତୃକ ବାସଭବନ ସମେତ ୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ପଦ୍ମପୁର ପୈତୃକ ବାସଭବନ ସମେତ ତାଙ୍କ ଫାର୍ମ ହାଉସ ରେ ୪ ଡିଏସପି , ୪ ଇନ୍ସପେକ୍ଟର ସମେତ ୮ ଜଣ ଅଧିକାରୀ ଚଢ଼ାଉ କରି ଥିଲେ।