Odisha news

ବାଇଶଦେଶ ଯାଦବଙ୍କ କ୍ଷୀର ସାଗର ଉତ୍ସବ : ୧୦ ହଜାର ଲିଟର କ୍ଷୀରରେ ଭିଜିଲେ ବା ବା କପିଳେଶ୍ୱର ଦେବ

0

ନିରାକାରପୁର,୧/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବାଇଶଦେଶ ଯାଦବ ସମିତି ଦ୍ୱାରା ଆଜି ପଞ୍ଚଷୋଡ଼ଶତମ ବାର୍ଷିକ କ୍ଷୀର ସାଗର ଉତ୍ସବ ଜାଗରରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଇଦେଶ ଯାଦବ ସମିତି ନିରାକାରପର ମଞ୍ଚାରିଆପାଟଣାସ୍ଥିତ ମା ଦହିଖାଇ ଠାକୁରାଣୀଙ୍କ ପୀଠରେ ପୂଜା ଅର୍ଚ୍ଚନା ଶେଷକରି ଏକ ପଟୁଆରରେ କ୍ଷୀର ଡ଼୍ରମଗୁଡ଼ିକୁ ଡ଼ିଆ ବାବା କପିଳେଶ୍ୱର ଦେବଙ୍କ ପୀଠକୁ ନିଆଯାଇଥିଲା ।

ସେଠାରେ ପ୍ରାୟ ୧୦ ହଜାର ଲିଟର କ୍ଷୀରରେ ବାବା କପିଳେଶ୍ୱର ଦେବଙ୍କ କ୍ଷୀରାଭିଷେକ କରାଯାଇଥିଲା । ଭକ୍ତମାନେ ଅପରାହ୍ନରେ ଦହିଖାଇଙ୍କ ପୀଠରେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବାଇଦେଶ ଯାଦବ ସମିତି ସଭାପତି ରନôାକର ବେହେରା ଏବଂ ସଂପାଦକ ରାମଚନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ବେହେରା , କ୍ଷୀର ô୍ୟବସାୟୀ ସଂଘ ସାପତି ଭୀମ ମାଣିଆ, ପଦ୍ମଚରଣ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ଦୁଗ୍ଧ,ଛୋନା ବ୍ୟବସାୟୀ ଭାଇମାନେ ସହଯୋଗ କରିଥିଲେ । ଶେଭାଯାତ୍ରାରେ ଏକ ବିରାଟକାୟ ବୃଷଭ ସମସ୍ତଙ୍କ ଦଢଷ୍ଟି ଆକର୍ଷଣ କରିଥିଲା । ଦହିଖାଇଙ୍କ ପୀଠରେ ନାମସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆସନ୍ତା କାଲି ୧୧୭ ତମ ବାର୍ଷିକ ବାଇଶଦେଶ ସମ୍ମିଳନୀ ଦହିଖାଇଙ୍କ ପୀଠରେ ଅନୁଷ୍ଠିତ ହେବାର ରହିଛି ।

Leave A Reply