Odisha news

ନିମାପଡା ବ୍ଲକ ତୁଳସୀପୁର ପଂଚାୟତରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ

0

ନିମାପଡା,୨ା୭ା :ନିମାପଡା ବ୍ଲକ ତୁଳସୀପୁର ପଂଚାୟତରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସେ ଜଣେ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ଇଲେକ୍ଟ୍ରିକାଲ ଇଂଜିନିୟର ବୋଲି ଜଣାପଡିଛି ।ଗତ ୨୯ ତାରିଖରେ ଯୁବ ଇଂଜିନିୟର ଜଣକ ଗଂଜାମରୁ ପତ୍ନୀଙ୍କ ସହ ତୁଳସୀପୁର ପଂଚାୟତ ନିଜ ଗ୍ରାମକୁ ଆସି ହୋମ କ୍ୱାରେନଟାଇନରେ ରହିଥିଲେ ।ଥଣ୍ଡା,କାଶ ଆଦି କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ।ତେବେ ରିପୋର୍ଟ କରୋନା ପଜେଟିଭ ଆସିଛି ।ତାଙ୍କ ପତ୍ନୀ,ବାପା,ମା ଓ ୨ପିଲାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.