ନୀଳଗିରି-୦୩/୦୬ – ଅସୁରକ୍ଷିତ ପରିବେଶରେ ବିଦ୍ୟାଳୟର କୋମଳମତି ପିଲାମାନେ ଖାଇଲେ ମଧ୍ୟାହ୍ନ ଭୋଜନ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ନୀଳଗିରି ବ୍ଲକର ଜଡ଼ିଦା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ଆଜି ବିଦ୍ୟାଳୟର ମଧ୍ୟାହ୍ନଭୋଜନ ବେଳେ ପିଲାଙ୍କ ସହିତ ଛେଳି ବି ଖାଉଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ବିଦ୍ୟାଳୟରେ ଶିକ୍ଷକ ସେହି ସମୟରେ ଉପସ୍ଥିତ ଥିବାର ମଧ୍ୟ ଚିତ୍ର ଆସିଛି । ଅନ୍ୟପଟେ କିଛି ପିଲାମାନେ ଗଛ ମୂଳେ ଖାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ଚିତ୍ରକୁ ନେଇ ଅଭିଭାବକ ମହଲରେ ପିଲାଙ୍କ ଖାଦ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସୂଚନାଥାଉକି କିଛିଦିନ ପୂର୍ବରୁ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ଅଚାନକ ଏହି ବିଦ୍ୟାଳୟକୁ ପରିଦର୍ଶନ କରି ତୃଟି ଦେଖିଥିଲେ ।