Odisha news

ନୀଳଗିରିରେ କରୋନା ସ୍ଥିତି ଉଦ୍ବେଗଜନକ : ଏନ୍.ଏ.ସି. କର୍ମଚାରୀଙ୍କ ମୃତୁ୍ୟ

0

ନୀଳଗିରି -୨୬/୦୯ : ସମଗ୍ର ଓଡ଼ିଶାର କରୋନା ପରିସ୍ଥିତି ଗମ୍ଭୀର ହୋଇ ପଡ଼ୁଥିବା ବେଳେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡରେ ପରିସ୍ଥିତି ଏବେ ଉଦ୍ବେଗ ଜନକ ପରିସ୍ଥିତିରେ ପହଞ୍ଚôଛି । ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା । ଶହ ଶହ କରୋନା ଆକ୍ରାନ୍ତ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ନୀଳଗିରିକୁ ବାଲେଶ୍ୱର ଜିଲ୍ଲାପାଳ ସଟ୍ ଡାଉନ୍ ଘୋଷଣା ନକଲେ ଭବିଷ୍ୟତରେ ଅନେକ ମୁଣ୍ଡ ନେଇପାରେ କରୋନା ।

ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଥିବା ବେଳେ ନୀଳଗିରି ଉପଖଣ୍ଡରେ ଥିବା ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡ଼ିକରେ ବହୁ କର୍ମଚାରୀ କରୋନାରେ ଆକ୍ରାନ୍ତ ଯୋଗୁଁ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡ଼ିକରେ ତାଲା ପକାଇ ଦିଆଯାଇଛି । ସେହିପରି ନୀଳଗିରି ଥାନା ମଧ୍ୟ ଏକ ପ୍ରକାର ଠପ୍ ପାଲଟିଛି । ଥାନାରେ ମଧ୍ୟ ବହୁ କର୍ମ·ରୀଙ୍କର ପଜିଟିଭ୍ ଆସିଲା ପରେ ଥାନାରେ ଏକ ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଛି । ନୀଳଗିରି ଏନ୍.ଏ.ସି.ର ୪ର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ପୃଷ୍ଟିଙ୍କର କରୋନା ପଜିଟିଭ୍ ବାହାରିଲା ପରେ ଜ୍ୟୋତି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଅପରାହ୍ନରେ ମୃତୁ୍ୟ ଘଟିଅଛି ।

ସମଗ୍ର ଏନ୍.ଏ.ସି.ରେ ସେ ଜଣେ କର୍ମଠ, କରିତ୍କର୍ମା କର୍ମଚାରୀଭାବେ ବେଶ୍ ଜଣାଶୁଣା ଥିଲେ । କାହାଳିଆ ୱାର୍ଡ଼ ନଂ – ୯ର ନୂଆଗାଁ ଗ୍ରାମର ଅଧିବାସୀ ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ମୃତୁ୍ୟ ଖବର ପାଇ ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, କାର୍ଯ୍ୟାଳୟର କର୍ମଚାରୀ ମନୋଜ କୁମାର ଦାଶ, ବିଜୟ କୁମାର ଦାଶ, ପରମେଶ୍ୱର ମୁଖି, ମାନସ ବାରିକ୍ ପ୍ରମୁଖ ଜ୍ୟୋତି କୋଭିଡ଼୍ ହସ୍ପିଟାଲରେ ପହଞ୍ଚô ଶେଷ ଦର୍ଶନ କରିବା ସହ ଆତ୍ମାର ସଦ୍ଗତ କାମନା କରିଛନ୍ତି । ଏହା ପୂର୍ବରୁ ଓଲଡ଼ଙ୍ଗ ଗ୍ରାମରେ ୩ଜଣ, ବରିସାହି ଗ୍ରାମରେ ଜଣେ, ସନ୍ତରାଗଡ଼ିଆ ଅଞ୍ଚଳରେ ଜଣେ, ସମେତ ବିଭିନ୍ନ ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ନୀଳଗିରିର ପାରିପାଶ୍ୱର୍ିକସ୍ଥିତିକୁ ଅନୁଧ୍ୟାନ କରି ବାଲେଶ୍ୱର ଜିଲ୍ଲାପାଳ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେଲେ ନୀଳଗିରିରେ କରୋନାକୁ ଦୂରେଇ ଦିଆଯାଇ ପାରିବ ବୋଲି ସାଧାରଣରେ ଦାବି ହେଉଛି

Leave A Reply