ନିଆଳି:- କଟକ ଜିଲ୍ଲା ଅଧିନସ୍ଥ ନିଆଳି ବ୍ଲକ୍ କପାସୀ ସେବା ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକୃତ ତାଲିକାରେ ଥାଇ ମଧ୍ୟ ଚାଷୀ ଧାନ ବିକ୍ରୟ କରି ପାରୁନାହିଁ। କପାସୀ ସମବାୟ ସମିତି ରେ ପଞ୍ଜିକୃତ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟତଃ ୭୦ ଭାଗ ଚାଷୀ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ତାରିଖ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ କିଣା ଯାଇନାହିଁ । ଜାନୁୟାରୀ ମାସରେ ଟୋକନ୍ ପାଇଥିବା ଚାଷୀଙ୍କର ଧାନ ଫେବୃୟାରୀ ମାସରେ କିଣା ଯାଉଛି।ସାଧାରଣରେ ଅଭିଯୋଗ ହେଉଛି ଯେ ଏହି ସମବାୟ ସମିତିର ସେକ୍ରେଟାରୀ ଚାଷୀଙ୍କ ଉପରେ ପ୍ରାଧାନ୍ୟ ନଦେଇ ସ୍ଥାନୀୟ ଧାନ ବେପାରୀଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।ପ୍ରତ୍ୟେକ ମଣ୍ଡି ବାରରେ ବେପାରୀଙ୍କ ଭିଡ ଦେଖିବାକୁ ମିଳୁଛି,ଶତକଡା ୯୦ ଭାଗ ବେପାରୀ ଥିବା ବେଳେ ମାତ୍ର ୧୦ ଭାଗ ଚାଷୀଙ୍କୁ ନେଇ ଏହି ମଣ୍ଡି ଚାଲୁଥିବାର ମଧ୍ୟ ଅଭିଯୋଗ ହେଉଛି।ଯାହା ଫଳରେ ଚାଷୀମାନେ ବେପାରୀଙ୍କୁ ଅତି କମ୍ ମୂଲ୍ୟରେ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି। ଚାଷୀ ନିଜର ଧାନ ବିକ୍ରୟ ର ସଠିକ୍ ତାରିଖ ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କା ମହୋଦୟ ଙ୍କୁ ପଚାରିବାରୁ ,ସେକ୍ରେଟାରୀ ମହୋଦୟ ଧାନ କିଣା ହେବ କି ନ ହେବ ଠିକ୍ ଭବେ କହି ପାରୁନାହାଁନ୍ତି।ଏଥି ସହିତ ମିଛ ତାରିଖ କହି ଚାଷୀଙ୍କୁ ଭ୍ରମିତ କରୁଛନ୍ତି।ଚାଷୀଙ୍କୁ ଦିଆ ଯାଇଥିବା ତାରିଖ ରେ ଚାଷୀ ଧାନ ମଣ୍ଡିକୁ ଆଣି ଫେରେଇକି ନେଉଛନ୍ତି।ବାଧ୍ୟ ହେଇ ବେପାରୀଙ୍କୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି।ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଭାଗ ଚାଷୀଙ୍କର ଧାନ କିଣା ଯାଇଥିବା ବେଳେ ୮୦ ଭାଗ ଲୋକ ଧାନ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।ବେପାରୀଙ୍କ ଠାରୁ ଧାନ କିଣା ଯାଉଥିବା ବେଳେ ପଞ୍ଜିକୃତ ଚାଷୀଙ୍କ ଠାରୁ କାହିଁକି କିଣା ଯାଉନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। କପାସି ସେବା ସମବାୟ ସମିତି ରେ ଧାନ ବିକା କିଣାକୁ ନେଇ ବିପୁଳ ମାତ୍ରାରେ ଦୁର୍ନୀତି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି।ବେପାରୀ ଙ୍କ ର କୌଣସି ପଞ୍ଜିକୃତ ତଥ୍ୟ ନ ଥାଇ ମଧ୍ୟ ସେମାନେ କିଭଳି ଭାବରେ ସହ ସହ ବସ୍ତା ଧାନ ବିକ୍ରି କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଏଭଳି ଜଣେ ବ୍ୟକ୍ତି ସମବାୟ ସମିତିର ସେକ୍ରେଟାରୀ ରହିଲେ କପାସି ସେବା ସମବାୟ ସମିତି ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ପରିପୂର୍ଣ୍ଣ ହେବା ଅସମ୍ଭବ ନୁହେଁ।ଏହି ବିଷୟରେ ଆମେ ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବେ ନାହିଁ ବୋଲି କହିଥିଲେ।ଯଦି ସେ ନିର୍ମଳ ତେବେ ମିଡ଼ିଆ ସାମ୍ନାରେ କିଛି ଉତ୍ତର ରଖୁ ନାହାନ୍ତି କାହିଁକି ବୋଲି କେତେକ ଚାଷୀ ପ୍ରଶ୍ନ କରିଛନ୍ତି।ତୁରନ୍ତ ଉଚ୍ଚ କତୃପକ୍ଷ ହସ୍ତକ୍ଷେପ କରି ଏହି ଘଟଣାର ତଦନ୍ତ କରି ସେକ୍ରେଟାରୀ ସୌମେନ୍ଦ୍ର ଲେଙ୍କା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଯୋର ଧରିଛି।