Odisha news

ଚିତ୍ତରଞ୍ଜନ ସେବା ସଦନ ରେ ଅତ୍ୟାଧୁନିକ ଲ୍ୟାପର୍ସ୍କୋପି ମେସିନ ଉଦଘାଟିତ

0
ନିଆଳି ( *Rajesh Kumar Lenka* ):  ଚଳିତ ମାସ  ୨୬ ତାରିଖ ଦିନ ଚିତ୍ତରଞ୍ଜନ ସେବା ସଦନ ନିଆଳି ରେ ଅତ୍ୟାଧୁନିକ ଲ୍ୟାପର୍ସ୍କୋପି ମେସିନ  ର ଉଦଘାଟନ ହୋଇଛି । ଏହି ମେସିନ ଦ୍ୱାରା ଦୁଇଟି  ରୋଗୀ ଙ୍କର ମଧ୍ୟ ପିତ୍ତକୋଷର ଅପରେସନ କରାଯାଇଛି । ଭାରତୀୟ ଚିକିତ୍ସକ ସଂଘ ,ପ୍ରାଚୀ ଶାଖାର ସଭାପତି ଡାକ୍ତର ଅଧିରାଜ କୁମାର ପରିଡା ଙ୍କ ଦ୍ୱାରା ଏହି ଏହି ମେସିନ ଉପକରଣ ର ଉଦଘାଟନ ହୋଇଛି,ଏହାପରେ ଶଲ୍ୟ ବିଶେଷଣଜ୍ଞ ଡାକ୍ତର ଗିରିଜା ଶଙ୍କର ନାୟକ ଙ୍କ ଦ୍ୱାରାଦୁଇଟି ଲ୍ୟାପର୍ସ୍କୋପି ସର୍ଜରୀ କରା ଯାଇଥିଲା ।
ଏହି ଅପରେସନ ରେ ଡାକ୍ତର ନାୟକଙ୍କ ସହ  ଡାକ୍ତର ଧୃତି ପରିଡା,ନର୍ସିଙ୍ଗ ଇନଚାର୍ଜ ବିନୋଦିନୀ ପଣ୍ଡା,ଫାର୍ମାସିଷ୍ଟ ଅକ୍ଷୟ କୁମାର ଦାସ ଓ ଅମୀୟ ରଞ୍ଜନ ପାଢ଼ୀ ,ନର୍ସିଙ୍ଗ ଷ୍ଟାଫ ଲୋରାରାଣୀ ସାହୁ ଓ ସସ୍ମିତା ପ୍ରଧାନ,ଲ୍ୟାପର୍ସ୍କୋପି ଟେକନିସିଆନ ପ୍ରଦୀପ କୁମାର ଦାସ,ଲ୍ୟାପର୍ସ୍କୋପି ଇଞ୍ଜିନିୟର ଶ୍ରୀଯୁକ୍ତ ବିଜୟ କୁମାର ଦ୍ୱିବେଦୀ ଓ ପ୍ରଦୀପ କୁମାର ଷଡ଼ଙ୍ଗୀ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି ଅତ୍ୟାଧୁନିକ ଲ୍ୟାପର୍ସ୍କୋପି ଉପକରଣ ଦ୍ୱାରା ଗ୍ରାମାଞ୍ଚଳର ରୋଗୀ ମାନଙ୍କୁ ଉନ୍ନତ ମାନର ଗାଇନୀକ ଓ ସଲ୍ୟଚିକିତ୍ସା ଚିତ୍ତରଞ୍ଜନ ସେବା ସଦନ ଦ୍ୱାରା ଯୋଗାଇ ଦିଆ ଯିବ ବୋଲି ଅନୁଷ୍ଠାନ  ନିର୍ଦେଶକ ଡାକ୍ତର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି ।
Leave A Reply