Odisha news

ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ : ୮ରେ ଭୋଟ, ୧୧ରେ ଗଣତି

0

ସକାଳଖବର : ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହେଲା । ଫେବୃଆରୀ ୮ ତାରିଖରେ ଜନସାଧାରଣ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ୧୧ ତାରିଖରେ ଭୋଟ ଗଣତି ହେବାନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ଭବନରେ ସୋମବାର ଦିନ ୩ଟା୩୦ ମିନିଟ ସମୟରେ ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ନେଇ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା ।ଏହା ସହ ସୋମବାରଠାରୁ ଦିଲ୍ଲୀରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହେବା ସହ ଆଉ କୌଣସି ବି ପ୍ରକାରର ସରକାରୀ ଘୋଷଣା ହୋଇପାରିବ ନାହିଁ । ଏହା ସହ କୌଣସି ପାର୍ଟିର ବ୍ୟାନର ହୋର୍ଡିଙ୍ଗ ମଧ୍ୟ ଲାଗି ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ୭୦ ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବୃଆରୀ ୨୨ ତାରିଖ ପୂର୍ବରୁ ନିର୍ବାଚନ ଶେଷ କରି ନୂତନ ସରକାର ଗଠନ କରାଯିବ ବୋଲି ଜଣାପଡିଛି । ନାମାଙ୍କନ ଦାଖଲ ନିମନ୍ତେ ଜାନୁୟାରୀ ୧୪ ତାରିଖ ଦିନ ପ୍ରକାଶ ପାଇବ ବିଜ୍ଞପ୍ତି । ସେହିଭଳି ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୨୨ ଦିନ ଯାଞ୍ଚ ହେବ ନାମାଙ୍କନ ପତ୍ର । ଜାନୁୟାରୀ ୨୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ଜଣାପଡିଛି ।୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବର୍ତ୍ତମାନ ୬୭ଜଣ ଆପର ବିଧାୟକ ଥିବାବେଳେ ୩ ଜଣ ବିଜେପି ବିଧାୟକ ରହିଛନ୍ତ । ଦିଲ୍ଲୀ ବିଧାନସଭାରେ ମତଦାନ ସାବ୍ୟସ୍ତ କରିବେ ମୋଟ ୧କୋଟି ୪୬ ଲକ୍ଷ ୯୨ ହଜାର ୧୩୬ ଜଣ ଭୋଟର ।

Govt
Leave A Reply