Odisha news

ସତରେ କଣ ଏହି ବାଳକ ହନୁମାନଙ୍କ ଅବତାର ? କଣ ରହିଛି ତାଙ୍କ ଲାଞ୍ଜ ର ରହସ୍ୟ

0
ନୂଆଦିଲ୍ଲୀ : ନେପାଳ ର ଜଣେ ୧୬ ବର୍ଷୀୟ ବାଳକ, ତାଙ୍କ ନାଁ ହେଉଛି ଦେଶାଂତ ଅଧିକାରୀ l ତାଙ୍କ ଅଣ୍ଟାରେ ରହିଛି ପାଖାପଖି ୭୦ସେମି ର ଝୁଲିଥିବା ଗୋଟିଏ ଲାଞ୍ଜ l ପ୍ରଥମେ ସେ ଏହାକୁ ନେଇ ଖୁବ ଅସହଜ ମାନେ କରୁଥିଲେ l ଏହାକୁ ସେ ସମସ୍ତଙ୍କୁ ଲୁଚାଇ ରଖୁଥିଲେ l ଚିକିତ୍ସା ପାଇଁ ତାଙ୍କ ମାତାପିତା ତାଙ୍କୁ ନେପାଳର ବଡ଼ବଡ଼ ଡାକ୍ତର ଓ ବିଦେଶରେ ମଧ୍ୟ ଚିକିତ୍ସା ପାଇଁ ନେଇ ଯାଇଥିଲେ l କିନ୍ତୁ ସେହି ଲାଞ୍ଜ ଟି ବଢ଼ିବାରୁ ଆଦୌ ଅଟକାଇ ପାରୁ ନଥିଲେ l ଏହାପରେ ତାଙ୍କୁ ତାଙ୍କ ମାତାପିତା ଗୋଟିଏ ମନ୍ଦିର ରେ ଥିବା ପୂଜକ ଙ୍କ ନିକଟକୁ ନେଇ ଯାଇଥିଲେ l ସେଠାରେ ପୂଜକ ଜଣଙ୍କ କହିଥିଲେ ଯେ ଦେଶାଂତ ହେଉଛନ୍ତି ଭଗବାନ ଙ୍କ ଅବତାର l ଏହାପରେ ତାଙ୍କ ପରିବାରରେ ଖୁସିର ଲହର ଖେଳି ଯାଇଥିଲା l ଏହାପରେ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଥିଲା l
ଏହାକୁ ନେଇ ଦେଶାଂତ କହିଛନ୍ତି ମୋର ଲାଞ୍ଜ ଯୋଗୁଁ ମତେ ଏତେ ଲୋକ ଜାଣିଲେ ତେଣୁ ମୁଁ ଗର୍ବିତ ଅନୁଭବ କରିଛି l ନେପାଳୀ ଚଳଚିତ୍ରର ନିର୍ମାତା ଦେଶାଂତ ସହିତ ଆଲୋଚନା କରି କହିଥିଲେ ଯେ ତାଙ୍କ ପିତାମାତା ଙ୍କୁ ଦେଶାଂତ ଙ୍କ ଲାଞ୍ଜ ବିଷୟରେ ଜନ୍ମ ର ୫ଦିନ ପରେ ଜଣା ପଡିଥିଲା l ହେଲେ ସେ ଏହାର ଚିକିତ୍ସାର କୌଣସି ଉପାୟ ପାଇଲେ ନାହିଁ l ଏହାପରେ ତାଙ୍କ ପିତାମାତା ତାଙ୍କୁ ପୂଜକ ଙ୍କ ନିକଟକୁ ନେଇ ଯାଇଥିଲେ l ସେଠାରେ ସେ ଦେଶାଂତ ଙ୍କୁ ହନୁମାନ ଙ୍କ ଅବତାର ବୋଲି କହିଥିଲେ l ଏହି ଲାଞ୍ଜ କୁ କାଟିବା କିମ୍ବା ଛିଣ୍ଡାଇବା ପାଇଁ ମନାକଲେ l ଏହାପରେ ଦେଶାଂତ ଙ୍କ ଡିମାଣ୍ଡ ନେପାଳ ରେ ବଢି ଯାଇଥିଲା l
Leave A Reply