ନେପାଳରେ ପ୍ରଦୂଷଣ ଯୋଗୁଁ କଠିନ ପରିସ୍ଥିତି : ବନ୍ଦ ହେଲା ଶିକ୍ଷା ପ୍ରତିଷ୍ଠାନ ଓ କୁହାଗଲା ଜନ ସାଧାରଣାଙ୍କୁ ଘରେ ରହିବା ପାଇଁ
ନୂଆଦିଲ୍ଲୀ :ନେପାଳର ଶିକ୍ଷା ମନ୍ତ୍ରଣାଳୟ ସୋମବାର ଦିନ ଗୋଟିଏ ଆପାତ କାଳୀନ ବୈଠକରେ ଜଳବାୟୁର ଗୁଣବତା ରେ ହାନି ଦେଖାଯାଇଥିବା କାରଣରୁ ଶୁକ୍ରବାର ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି l ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି l ଏଥିରେ ଜାରି କରା ଯାଇଛି ଯେ ବାୟୁ ପ୍ରଦୂଷଣ କାରଣରୁ ଶିକ୍ଷା ସଂସ୍ଥା ଗୁଡିକ ବନ୍ଦ ରହିବ l ଏହା ମଧ୍ୟ ସେଥିରେ ଜାରି କରାଯାଇଛି ଯେ ପିଲାମାନେ ଅଧିକ ସମୟ ଘର ଭିତରେ ରହିବା ଆବଶ୍ୟକ l
ନିକଟରେ ନେପାଳରେ କୁହୁଡି ଦେଖା ଦେଇଥିଲା ,ସେଥି ଯୋଗୁଁ ପିଲା ମାନଙ୍କର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଗଲା l ନେପାଳର ୫୪ ଟି ରୁ ଅଧିକ ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା ,ସେହି କାରଣରୁ ବାୟୁରେ ଶୁଦ୍ଧତା ନଷ୍ଟ ହୋଇଯାଇଛି l ଯେଉଁ କାରଣରୁ ଦେଶର ଅଧିକାଂଶ ଭାଗରେ ଧୂଆଁ ଛାଇ ହୋଇ ରହିଛି l ଜଳବାୟୁ ବିଶେଷଜ୍ଞ ମାନଙ୍କ ମତରେ ଜଳବାୟୁରେ ସୁଧାର ଆସିବା ପାଇଁ ଅନେକ ଦିନ ଲାଗିବ l ନେପାଳର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କୁହା ଯାଇଥିଲା ଯେ ଲୋକମାନେ ବାହାରକୁ ନ ବାହାରିବା ଉଚିତ l କେବଳ ଜରୁରୀ ପରିସ୍ଥିତିରେ ବାହାରକୁ ବାହାରିବା ଆବଶ୍ୟକ l
Comments are closed.