Odisha news

ନେପାଳରେ ଚୀନର ନିର୍ମାଣ କାର୍ଯ୍ୟକୁ ନେଇ ବିରୋଧ ପ୍ରଦର୍ଶନ

0

ନୂଆଦିଲ୍ଲୀ : ନେପାଳର ଗୋଟିଏ ସିଭିଲ ସୋସାଇଟି ଗ୍ରୁପ ବୁଧବାର ଦିନ ଦେଶରେ ବିଭିନ୍ନ ଅଂଚଳରେ କଥିତ ଭାବରେ ନିର୍ମାଣ ହୋଇଥିବା ଘର ଗୁଡିକ ବିରୁଦ୍ଧରେ ,ତା ସହିତ ଚୀନ ବିରୁଦ୍ଧରେ ବିରୋଧ ପଦର୍ଶନ କରିଛି l ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜନସମୂହ କୁମଲା ଜିଲ୍ଲାରେ ଏହି ପଦର୍ଶନ କରିଛି l ଅନ୍ୟ ପକ୍ଷରେ ଚୀନ କହିଛି ଯେ ନିର୍ମାଣ କାର୍ଯ୍ୟ ତା ସୀମାରେ ହୋଇଛି l କାର୍ଯ୍ୟକର୍ତା ମାନଙ୍କ ପକ୍ଷରୁ “ନେପାଳର ଭୂମି ଫେରାଅ “ଓ “ଚୀନ ବିସ୍ତାରବାଦକୁ ଅଟକାଅ “ନର ଦିଆଯାଇଥିଲା l ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ତିବତ ର ସୀମାକୁ ଲାଗି ରହିଥିବା ନେପାଳୀ ଅଞ୍ଚଳର ହୁମଲା ଜିଲ୍ଲାରେ କଥିତ ଭାବରେ ୧୧ ଟି ବଡ଼ବଡ଼ ଗୃହର ନିର୍ମାଣ କରିଛି l  ବିବାଦିତ ଅଞ୍ଚଳ ହୁମଲା ଜିଲ୍ଲାର ନମଖା ଗ୍ରାମୀଣ ଅଂଚଳ ନଗର ପାଳିକାରେ ଯାଉଛି l

ଯେବେକି ଚୀନ ପକ୍ଷରୁ କୁହାଯାଇଛି ଏହି ନିର୍ମାଣ କାର୍ଯ୍ୟ ଚୀନ ସୀମାରେ କରାଯାଉଛି l ରିପୋର୍ଟ ଅନୁସାରେ କୁହ ଯାଇଛି ଯେ ପିଲର ନମ୍ବର ୧୧ ଯାହା ନେପାଳ ଚୀନ ସୀମାରେ ରହିଥିଲା ତାହା ବର୍ତମାନ ଆଉ ଦେଖାଯାଉନାହିଁ l ୨୦୦୫ ମସିହାରେ ସେଠାରେ କୁଡ଼ିଆ ଦେଖାଯାଉଥିଲା l ସେଠାକାର ଅଧିବାସୀ ମାନେ କହିଛନ୍ତି ଯେ ଏହା ଗୃହ ମନ୍ତ୍ରଣାଳୟର ନିର୍ଦେଶ ଥିଲା l ହୁମଲାର ସଂସଦ ସଦସ୍ୟ ଚକା ବାହାଦୂର ଲାମା କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ଦୁଇ ପକ୍ଷର ହଜିଯାଇଥିବା ଖୁଣ୍ଟର ସ୍ଥାନ ଜଣା ନପଡିବ ସେତେଦିନ ପି[ଆର୍ଯ୍ୟନ୍ତ ବିବାଦ ଜାରି ରହିବ l ୨୦୧୫ ରେ ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକ ପାରେ ନେପାଳ ଓ ଚୀନର ହଜିଯାଇଥିବା ଖୁଣ୍ଟର ସ୍ଥାନକୁ ଖୋଜିବା ପାଇଁ ସହମତି ବ୍ୟକ୍ତ କରାଯାଇଥିଲା l

କିନ୍ତୁ ଏହି ମାମଲାରେ କୌଣସି ପଦକ୍ଷପ ଉଠାଗଲା ନାହିଁ l ଏହା ମଧ୍ୟରେ କାଠମାଣ୍ଡୁ ସ୍ଥିତ ଚୀନ ଦୂତାବାସ ଏହି ଆରୋପକୁ ଖଣ୍ଡନ କରିଛି ଓ କହିଛି ଯେ ସୀମାରେ ଚୀନ ପକ୍ଷରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ଚୀନ ସୀମାରେ ହୋଇଛି l ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଚୀନ ସରକାର ଏହି ମାମଲାର ଅବଶକୀୟ ଯାଞ୍ଚ କରିଛନ୍ତି ଓ ନେପାଳ ସରକାରଙ୍କୁ ମଧ୍ୟ ଦରକାର ପଡିଲେ ସେ ଏପରି କରି ପାରିବେ l ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ଯେ ନେପାଳ ଓ ଚୀନ ମଧ୍ୟରେ କୌଣସି କ୍ଷତ୍ରିୟ ବିବାଦ ନାହିଁ l କିନ୍ତୁ ବର୍ତମାନର ବିଦ୍ରୋହ ଆଉ କିଛି ବୟାନ କରୁଛି l

Leave A Reply