ନେମାଳ : ଆଉ ଦିନକ ପରେ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଦେବସ୍ନାନ ଯାତ୍ରା । ବିନା ଭକ୍ତରେ କେବଳ ନିତୀକ୍ରାନ୍ତୀରେ ଅନୁଷ୍ଠିତ ହେବ । ସେଥିପାଇଁ ମହାପ୍ରଭୁଙ୍କ କଳସ ସ୍ଥାପନ, ଯନ୍ତ୍ର ପୂଜା, ଭୋଗଲାଗି, ଆଳତୀ ଆଦି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି । ତେବେ କରୋନା ଭୟଭୟତାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କ ଦ୍ୱାରା ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ।
କରୋନା ମହାମାରୀ କଟକଣା ଯୋଗୁ ଏବେ ସମଗ୍ର ପୀଠରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ ହୋଇଥିବାରୁ ବିନା ଭକ୍ତରେ ସମସ୍ତ ରୀତିକାନ୍ତି ସଂପୂର୍ଣ୍ଣ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ହୋଇଛି ।