ନବରାତ୍ରି  ୯ଦିନର ଗୋଟିଏ ମହାପର୍ବ ଅଟେ l ଯେଉଁଥିରେ ୯ ଦିନ ପର୍ଯ୍ୟନ୍ତ ଦେବୀ ମାନଙ୍କର ଅଲଗା ଅଲଗା ସ୍ୱରୂପର ପୂଜା କରାଯାଇଥାଏ l ଏହି ୯ ଟି ସ୍ୱରୂପ କୁ ମହାଶକ୍ତି କୁହାଯାଇ ଥାଏ l ନବରାତ୍ରୀରେ ମୁଖ୍ୟତଃ ୩ଟି ଦେବୀଙ୍କୁ ନଅଦିନ ଧରି ପୂଜାର୍ଚନା କରାଯାଇ ଥାଏ l ସେ ହେଉଛନ୍ତି ପାର୍ବତୀ, ଲକ୍ଷ୍ମୀ ଓ ସରସ୍ବତୀ l ଯାହାଙ୍କୁ ନବଦୁର୍ଗା ନାମରେ ନାମିତ କରାଯାଇଥାଏ l ପ୍ରଥମ ୩ଦିନ ମା ପାର୍ବତୀଙ୍କ ୩ଟି ରୂପକୁ ପୂଜା କରାଯାଇ ଥାଏ, ମାଝୀର ୩ଦିନ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ଓ ଶେଷ ୩ଦିନ ମା ସରସ୍ବତୀଙ୍କ ସ୍ୱରୂପ ପୂଜିତ ହୋଇଥାଆନ୍ତି l

ଶାରଦୀୟ ନବରାତ୍ରି ପର୍ବ ସେପ୍ଟେମ୍ବର ୨୨ ତାରିଖ  ଠାରୁ ଆରମ୍ଭ ହେଉଛି ଏବଂ ଏହା ସେପ୍ଟେମ୍ବର ୩୦  ତାରିଖ ରେ ସମାପନ ହେବ l ବର୍ଷରେ ୨ଥର ନବରାତ୍ରି ପାଳିତ ହୋଇଥାଏ, ଗୋଟିଏ ହେଉଛି ଶାରଦୀୟ ନବରାତ୍ରି ଓ ଅନ୍ୟଟି ହେଉଛି ଚୈତ୍ର ନବରାତ୍ରି l ନବରାତ୍ରି ରେ ଦୁର୍ଗାସପ୍ତଶତୀ ପାଠ କରିବାର ନିୟମ ରହିଛି, ଯଦି ଆପଣ ଏହାକୁ ପାଠ କରି ପାରୁନାହାନ୍ତି ତେବେ ଏହି ଶ୍ଳୋକ ପାଠ କରନ୍ତୁ l

” ସର୍ବମଙ୍ଗଳମଙ୍ଗଳୟେ ଶିବେ ସର୍ବାର୍ଥସାଧିକେ , ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ l
ଶରଣାଙ୍ଗଗତଦିନ ଆର୍ତ୍ତ ପରିତ୍ରାଣ ପରାୟଣସର୍ବସ୍ୟାର୍ତିହରେ ଦେବୀ ନାରାୟଣୀ ନମୋସ୍ତୁତେ l
ସର୍ବସ୍ବରୁପେ ସର୍ବଶେ ସର୍ବଶକ୍ତିସମନ୍ବିତେ , ଭୟେଭ୍ୟାରତ୍ନାହି ନୋ ଦେବୀ ଦୁର୍ଜେ ଦେବୀ ନମୋସ୍ତୁତେ l ”

ଏମିତିରେ ଦେଖିବାକୁ ଗଲେ ଦୁର୍ଗା ଙ୍କର ୧୦୮ ନାମ ଉଚ୍ଚାରଣ କରାଯାଇ ଥାଏ l କିନ୍ତୁ ନବରାତ୍ରି ରେ ମାଙ୍କ ର ସ୍ଥୁଳ ରୂପରେ ଧ୍ୟାନ ରଖି ମାଙ୍କର ୯ ଟି ନାମର ପାଠ କରାଯାଇଥାଏ l ଏହାକୁ ଗୁପ୍ତ ମନ୍ତ୍ର କୁହାଯାଇ ଥାଏ ଓ ଏହି ମନ୍ତ୍ର ବ୍ରହ୍ମ ଦେବ ତାଙ୍କ ପୁତ୍ର ମାର୍କଣ୍ଡୟେ  ରୁଷି ଙ୍କୁ ଦେଇଥିଲେ l ଏହାକୁ ଦେବୀ କବଚ ମଧ୍ୟ କୁହାଯାଇଥାଏ l- ନବରାତ୍ରି ର ପ୍ରଥମ ଦିନ ମା ସାଇଲପୁତ୍ରୀ ଙ୍କୁ ସମର୍ପିତ l ଏହି ଦିନ ନାରଙ୍ଗୀ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ଅଟେ l ଏହି ରଙ୍ଗ ସୁଖ ସମୃଦ୍ଧି ର ପ୍ରତିକ ଅଟେ l

– ନବରାତ୍ରି ର ଦ୍ଵିତୀୟଦିନ ମା ବ୍ରହ୍ମଚାରୀଣି ଙ୍କୁ ପୂଜା କରାଯାଏ l ଏହିଦିନ ଶ୍ୱେତ ବସ୍ତ୍ର ଧାରଣ କରିବା ଜରୁରୀ l ଶ୍ୱେତ ବସ୍ତ୍ର ଆତ୍ମଜ୍ଞାନ ଓ ପବିତ୍ରତା ର ପ୍ରତିକ ଅଟେ l

– ନବରାତ୍ରି ର ତୃତୀୟ ଦିନ ମା ଚନ୍ଦ୍ର ଘଣ୍ଟା ଙ୍କୁ ପୂଜା କରାଯାଏ l ଏହିଦିନ ନାଲି ବସ୍ତ୍ର ଧାରଣ କରିବା ଆବଶ୍ୟକ l ନାଲି ରଙ୍ଗ ରକ୍ଷା ଓ ଶକ୍ତିର ପ୍ରତିକ ଅଟେ l ଏହି ରଙ୍ଗ ଜୀବନ ରେ ସକାରାତ୍ମକ ଶକ୍ତି ର ଆଗମନ ର କାରଣ ଅଟେ l

– ନବରାତ୍ରିର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ନୀଳ ରଙ୍ଗର ମହତ୍ୱ ରହିଛି l ଏହି ରଙ୍ଗ ଜୀବନ ରେ ଅନ୍ଧକାର ଦୂର କରିଥାଏ l

– ନବରାତ୍ରି ର ପଞ୍ଚମ ଦିନ ମା ସ୍କନ୍ଦ ମାତା ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଛି l ହଳଦିଆ ରଙ୍ଗ ସୁଖ, ଶାନ୍ତି ଓ ଧନ ର ପ୍ରତିୀକ ଅଟେ l

– ନବରାତ୍ରି ର ଷଷ୍ଠ ଦିନ ମା କତ୍ୟୟନୀ ଙ୍କୁ ପୂଜା କରାଯାଇ ଥାଏ l ଏହି ଦିନ ସବୁଜ ରଙ୍ଗର ଖୁବ ମହତ୍ୱ ରହିଛି l ସବୁଜ ରଙ୍ଗ ପ୍ରଗତୀ ର ପ୍ରତିନିଧିତ୍ୱ କରିଥାଏ l

– ନବରାତ୍ରି ର ସପ୍ତମ ଦିନ ମା କାଳ ରାତ୍ରି ଙ୍କୁ ପୂଜା କରାଯାଏ l ଏହିଦିନ ପାଉଁଶିଆ ବା ଗ୍ରେ ରଙ୍ଗର ମହତ୍ୱ ରହିଛି l ଏହି ରଙ୍ଗ ଜ୍ଞାନ ର ବିଜୟ ର ପ୍ରତିିକ ଅଟେ l

– ନବରାତ୍ରି ର ଅଷ୍ଟମ ଦିନ ମା ଗୌରୀ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ବାଇଗଣୀ ରଙ୍ଗ ର ଖୁବ ମହତ୍ୱ ରହିଛି l ଏହି ରଙ୍ଗ ପବିତ୍ରତା , ଶାନ୍ତି ଓ ଦିବ୍ୟତା ର ପ୍ରତୀକ ଅଟେ l

– ନବରାତ୍ରି ର ନବମ ଦିନ ମା ସିଦ୍ଧିଦାତ୍ରୀ ଙ୍କୁ ଅର୍ପଣ କରାଯାଇ ଥାଏ l ଏହି ଦିନ ମୟୁର ପଙ୍ଖ ରଙ୍ଗର ଖୁବ ମହତ୍ୱ ରହିଛି l ଏହା ଜ୍ଞାନ ର ପ୍ରତୀକ ଅଟେ l