Odisha news

୨୦ ଫୁଟ୍ ତଳକୁ ଖସିଲା କାର

ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ଶିଖର ଘାଟ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ OR-AT-1929 ନମ୍ବର ଏକ ସୁଇପ୍ଟ କାର ୨୦ ଫୁଟ୍ ତଳକୁ ଖସି ପଡ଼ିଛି। ସୂଚନା ଅନୁସାରେ ଉକ୍ତ କାର୍ ଟି ନୂଆହାଟ ପଟୁ ନାଉଗାଁ ଆଡକୁ ଆସୁଥିବା ବେଳେ ଶିଖର ଘାଟ ପୋଲ ନିକଟରେ ରାସ୍ତା କଡରେ ଥିବା ଖୁଣ୍ଟି ଗୁଡିକୁ ଭାଙ୍ଗି ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡିଥିଲା ବେଳେ ଗାଡ଼ିରେ ଡ୍ରାଇଭରଙ୍କ ସମେତ ଥିବା ଯାତ୍ରୀ ମାନଙ୍କର ବିଶେଷ କିଛ଼ି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ  ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ମଦୁଆ ଚାଳକଙ୍କୁ ସାବାଡ କରିବା ପାଇଁ ସରକାର ନିୟମ କରିଥିଲେ ମଧ୍ଯ ନିୟମ କେବଳ ଖାତା କଲମରେ ସୀମିତ ରହିଯାଇଛି କାରଣ ପୋଲିସ ପକ୍ଷରୁ ଠିକ୍ ସେ ଗାଡ଼ି ମୋଟର ଯାଞ୍ଚ କରାଯାଉନଥିବା ହେତୁ ଏହିଭଲି ଘଟଣା ନାଉଗାଁ ଅଞ୍ଚଳରେ ବାରମ୍ବାର ଦେଖିବାକୁ ମିଳୁଛି।

Nalco

Comments are closed.