(ନର୍ଲାରୁ ଦୀପକ କୁମାର ଠାକୁର) ଗତ ସୋମବାର ଦିନ ୧୨ ଘଣ୍ଟା ସମୟରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନର୍ଲା ଆନୁକୁଲ୍ୟରେ ଆତ୍ମା ପକ୍ଷରୁ ଗୋଷ୍ଟି କୃଷକ ପରାମର୍ଶ କମିଟି ଅଧ୍ୟକ୍ଷ ଚୟନ କରାଯାଇଥିଲା, ଏଥିରେ କୃଷି ଅଧିକାରୀ ଶିବାନୀ ପ୍ରଧାନ ଙ୍କ ଅଧ୍ୟକ୍ଷ ତାରେ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ମୁଖ୍ୟ ଅତିଥଭାବେ ବ୍ଲକ୍ ଅଧ୍ୟକ୍ଷା ମୋନୋରମା ମହାନ୍ତି ଏବଂ 26 ଜଣ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ,ଏହି ବୈଠକ ରେ ଅଧ୍ୟକ୍ଷ ଚୟନ ପାଇଁ ସର୍ବସମ୍ମତି କ୍ରମେ ଆଲୋକ ଚାନ୍ଦ ଙ୍କୁ ଦୁର୍ଗା ପ୍ରସାଦ ମହାନ୍ତି ପ୍ରସ୍ତାବ ଦେଇଥିବା ବେଳେ ଲାଲୁ ସାହୁ ସମର୍ଥନ କରିଥିଲେ, ଏଥିରେ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଚୟନ ରେ ସମର୍ଥନ କରିଥିଲେ, ନୂତନ ଭାବେ ନିଯୁକ୍ତି ପାଇଥିବା ଆତ୍ମା ର ଗୋଷ୍ଟି କୃଷକ ଅଧ୍ୟକ୍ଷ ଙ୍କୁ ପଚାରିବାରୁ ତାଙ୍କର ମତ ଦେଇଥିଲେ ଯେ , ନର୍ଲା ଅଞ୍ଚଳର ସମସ୍ତ କୃଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରି ସେମାନଙ୍କ ଦୁଃଖ ଦୂର କରିବା ଦିଗରେ ପ୍ରୟାସ ଜାରି ରଖିବି ବୋଲି ଯୁକ୍ତି ବାଢ଼ିଥିଲେ ।