ନର୍ଲା (ଦୀପକ କୁମାର ଠାକୁର) ଦୁଇ ଦିନିଆ କଳାହାଣ୍ଡି ଗ୍ରସ୍ତ କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷା ବିଭାଗ ଓଡ଼ିଆଙ୍କ ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵନାଥ ତରାଇ ନର୍ଲା ବ୍ଳକର ୪ଗୋଟି ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ଗୁଡ଼ିକର ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ବର୍ତମାନ କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବା ବେଳେ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଯୋଗଦାନ କରିବା ପାଇଁ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘଣ୍ଟମାଳ, ବିମ୍ବାଧର ଉଚ୍ଚ ବିଦ୍ୟାପୀଠ ଘଣ୍ଟମାଳ, ନର୍ଲା ଓ ତୁଲାପଡାସ୍ଥିତ ହାଇସ୍କୁଲ ପରିଦର୍ଶନ କାର୍ଯ୍ୟକ୍ରମରେ ଶ୍ରୀ ତରାଇଙ୍କ ସହ ସାଥ ଟିମର ଦୁଇ ଅଧିକାରୀ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ନର୍ଲା ବ୍ଳକ ଶିକ୍ଷା ଅଧିକାରୀ ନିରୂପମା ଦୋରା,ଏବିଓ ଜୟସେନ ନିଆଲ,ଏବିଓ ମହେଶ ଚାନ୍ଦ, ସଚିଦାନନ୍ଦ ନାୟକ,ଭୀମକେଲା କ୍ଲଷ୍ଟର ସିଆରସିସି କିଶୋର ଚନ୍ଦ୍ର ଭୋଇ,ବୁରାଟ କ୍ଲଷ୍ଟର ସିଆରସିସି ଡି ସି ଲାଲ ପଧାନ,ପଲମ ସିଆରସିସି ଜ୍ଞାନେନ୍ଦ୍ର ଗହୀର, ସିଆରସିସି ଟଙ୍କଧର ନିଆଲ ଓ ସ୍ଥାନୀୟ ବିଦ୍ୟାଳୟଗୁଡିକର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ଶିକ୍ଷା ପ୍ରଣାଳୀରେ ରେଡ଼ିଓ ପାଠଶାଳା, ଶିକ୍ଷା ଦର୍ପଣ, ଶିକ୍ଷା ସଂଯୋଗ, ବିଦ୍ୟାଳୟ ପାକଶାଳା, ପିଇବା ପାଣି ବ୍ୟବସ୍ଥା, ବିଦ୍ୟାଳୟ ପରିବେଶ ଉପରେ ପରିଦର୍ଶକଙ୍କ ନୀରିକ୍ଷଣ ରହିଥିବା ବେଳେ ମୋ ସ୍କୁଲ ଅଭିଯାନ ଯୋଜନାରେ ସହାୟତା ପାଇଁ ସ୍ଥାନୀୟ ଶିକ୍ଷା ବିଭାଗର ଉଦ୍ୟମକୁ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ତରାଇ ପ୍ରଶଂସା କରିଥିଲେ। ଏ ଯାବତ୍ ବୁରାଟ କ୍ଲଷ୍ଟର ଅଧିନରେ ମୋ ସ୍କୁଲ ଅଭିଯାନ ଯୋଜନାରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ସହାୟତା ରାଶି ସଂଗ୍ରହ ହୋଇଥିବା ଖବର ନେବାରୁ ଜଣାଯାଏ।