Odisha news

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀ ଙ୍କ ପରଲୋକ

0

ନର୍ଲା (ଦିପକ କୁମାର ଠାକୁର) ସକାଳ ଖବର : ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀ ଙ୍କ ପରଲୋକ ହୋଇଯାଇଛି। ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ସାମ୍ବାଦିକ ମହଲ ରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ୩୪ ବର୍ଷ ଧରି ସାମ୍ବାଦିକତା କରିଥିଲେ। ଏହାବ୍ୟତୀତ ସେ ଜାତୀୟ ଯୁବ ପୁରସ୍କାର, ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଭାବରେ ଜିଲ୍ଲାରେ ବେଶ ପରିଚିତ ଥିଲେ।

ଜଣେ ନିର୍ଭୀକ ସାମ୍ବାଦିକ, ସମାଜ ସେବୀ, ଓ ଜଣେ ସମାଜ ସୁଧାରକ ଭାବରେ ସେ ଜିଲ୍ଲାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କର ପରଲୋକରେ ନର୍ଲା ପ୍ରେସକ୍ଳଵ ସଦସ୍ୟ ଦିପକ ଠାକୁର,ତ୍ରିଲୋଚନ ଗୁଉଡ,ମନୋଜ ଷଡ଼ଙ୍ଗୀ,ପ୍ରଦିପ ଗଉଡ,ଅଜୟ ସେନାପତି,ଅନିଲ ଅଗ୍ରୱାଲ, ସୁଶାନ୍ତ ଚାନ୍ଦ, ସଞ୍ଜିବ ଦାସ,ନିଲକଣ୍ଠ ବେହେରା, ଖଗେଶ୍ବର ନାଗ,ଭୀକାରି ଗଉଡ,କାଶିନାଥ ଦାସ, ସନ୍ତୋଷ ପାତ୍ର,ଅଜୟ ପଣ୍ଡା,ଡୋଲେଶ୍ଵର ସାହୁ,ଜଗତ ରାମ ସାହୁ, ଗଣେଶ ଭୋଈ,ତପନ ସାହୁ, ବାବୁଲାଲ ବାଗ,ସାମ୍ବାଦିକ ମହଲ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Leave A Reply