Odisha news

ରାସ୍ତା ପାର୍ଶ୍ବରେ ଥିବା ନଳକୂପ ଘରୋଇ ଜମିରେ ଥିବା ଦାବିକୁ ନେଇ ଜନ ଅସନ୍ତୋଷ

0
ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମର ରାସ୍ତା ପାର୍ଶ୍ବରେ ଥିବା  ନଳକୂପକୁ ଲାଗି ଏକ ଘରୋଇ ଗୃହ ନିର୍ମାଣ ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଇଛି।ଏ ନେଇ ଗ୍ରାମବାସୀ ଭୀମକେଲା ଗ୍ରାମପଞ୍ଚାୟତର ସରପଞ୍ଚ ଓ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି   ସ୍ଥାନୀୟ ବାସିନ୍ଦା ତେଜରାଜ ସୁନା କହିଛନ୍ତି।ଭୀମକେଲା ଗ୍ରାମର ୧୧,୧୨ଓ ୧୩ ନଂ ୱାର୍ଡର ବାସିନ୍ଦା ଦୀର୍ଘ ୨୭ ବର୍ଷ ଧରି ଭଗବାନ ନୋଡାଲ ବିଦ୍ୟାଳୟ ସମ୍ମୁଖରେ ଥିବା ନଳକୂଅରୁ ପାନୀୟ ଜଳର ବ୍ୟବହାର କରି ଆସୁଥିବା ବେଳେ ନଳକୂଅ ପାର୍ଶ୍ଵରେ ଥିବା ଜମି ମାଲିକ ଏବେ ନଳକୂଅକୁ ଲାଗି ଗୃହ ନିର୍ମାଣ ପାଇଁ ଗାତ ଖୋଳିଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୃହ ନିର୍ମାଣ ଦ୍ଵାରା ୮୦ ଗୋଟି ପରିବାର ପାନୀୟ ଜଳର ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମର ମହିଳା ମାନଙ୍କୁ ପାଣି ଆଣିବାରେ ସମସ୍ୟା ଉପୁଜିବ ବୋଲି ନାଏକ ସରପଞ୍ଚ ବୈଦ୍ୟରାଜ ମୁଣ୍ଡା ଜଣାଇଛନ୍ତି। ତିନି ଗୋଟି ୱ।ର୍ଡର ଜନସାଧାରଣ ଏଥିରେ ଅସନ୍ତୋଷ ଜାହିର କରୁଥିବାରୁ ସ୍ଥାନୀୟ ସରପଞ୍ଚ ଓ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
Leave A Reply