Odisha news

ଅନିୟମିତତା ଅଭିଯୋଗ ପରେ ଅଙ୍ଗନୱାଡି ନିଯୁକ୍ତି ପ୍ରକାଶନକୁ ସ୍ଥଗିତ

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କ ଅନ୍ତିମ ଚୟନ ତାଲିକା ଓ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୩୮୮/୨୯-୭-୨୧ରେ ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନୱାଡି କର୍ମୀ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ ଏଥିରେ ଅନିୟମିତତାର ଅଭିଯୋଗ ନେଇ ସମରକଟା ଗ୍ରାମରୁ ଓ କୁରମେଲ ପଞ୍ଚାୟତରୁ ଉପଜିଲ୍ଲାପାଳ ଭବାନୀପାଟଣାଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏନେଇ ସକାଳ ଖବର ପୋର୍ଟାଲରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। ତେବେ ନର୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ନଂ ୫୦୩/୩-୯-୨୧ ତାରିଖରେ ଉପଜିଲ୍ଲାପାଳ ଭବାନୀପାଟଣାଙ୍କ ଆଦେଶ କ୍ରମେ ପାଙ୍ଗା, ଛତାମହୁଲ, ସମରକଟା, ଗୁଡାଙ୍ଗଗୁଚ୍ଛା ଓ କେର୍ବାଣ୍ଡି ଅଙ୍ଗନୱାଡି କେନ୍ଦ୍ରାଞ୍ଚଳର ସମସ୍ତ ଆବେଦନକାରୀ ମାନଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି କି ଯେ ଅଙ୍ଗନୱାଡି ଅନଲାଇନ ଚୟନ ପୋର୍ଟାଲର ଯାନ୍ତ୍ରିକ ସମସ୍ୟା ପାଇଁ ଅଙ୍ଗନୱାଡି କର୍ମୀଙ୍କ ଅନ୍ତିମ ଚୟନ ତାଲିକା ଓ ନିଯୁକ୍ତି ଆଦେଶର ପ୍ରକାଶନ ଯାନ୍ତ୍ରିକ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା।

Comments are closed.