Odisha news

ନର୍ଲାରେ କରୋନା ପଜିଟିଭ ଚିହ୍ନଟ, ମାର୍କେଟ କମ୍ପ୍ଲେକ୍ସକୁ ନିଷିଦ୍ଧାଞ୍ଚଳ ଘୋଷଣା।

0

ନର୍ଲା: (ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲା ନର୍ଲା ବସଷ୍ଟାଣ୍ଡ ନିକଟରେ ଥିବା ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସରୁ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣା ପଡ଼ିବା ପରେ ବ୍ଳକ ପ୍ରଶାସନର ନିର୍ଦ୍ଦେଶକ୍ରମେ ସାତ ଦିନ ପାଇଁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ନର୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫, ତା ୧୦/୧/୨୨ ଅନୁସାରେ ଅପରାହ୍ନ ୫ ଘଣ୍ଟା ଠାରୁ ଆସନ୍ତା ୧୬/୧/୨୨ ତାରିଖ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ମାର୍କେଟ କମ୍ପ୍ଲେକ୍ସକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଠାରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ପୁ୍ନଶ୍ଚ ଏଠାରେ ଥିବା ଭଗବତୀ କଲେକ୍ସନର କର୍ମଚାରୀ ମାନଙ୍କୁ କରୋନା ଟେଷ୍ଟ ପାଇଁ ଜନସାଧାରଣରେ ଦାବି ହେଉଛି ।ଏହା ନ ହେଲେ କରୋନା ନର୍ଲାରେ ବ୍ୟାପକ ଭାବେ ବଢ଼ିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହା ଛଡ଼ା ଏହା ନିକଟରେ ଥିବା କମ୍ପ୍ଲେକ୍ସକୁ ମଧ୍ୟ ଭିଡ ଦୃଷ୍ଟିରୁ ବନ୍ଧ କରିବା ପାଇଁ ଦାବି ହେଉଛି।

Leave A Reply