ନର୍ଲା-ସକାଳ ଖବର,(ଦୀପକ କୁମାର ଠାକୁର)୨୦/୪କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାମ୍ବାଦିକ ସଂଘ ସମ୍ପାଦକ ତଥା କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ପ୍ରତିଷ୍ଠାତା ସଭ୍ୟ ଦୀନେଶ ପଣ୍ଡାଙ୍କ ପରଲୋକ ହୋଇଛି। ଭବାନୀପାଟଣା ଡାକ୍ତରଖାନାରେ ଗତ ରବିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ନିଜ ପୈତୃକ ଗ୍ରାମ ମିନଗୁରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଏ ନେଇ ନର୍ଲା ପ୍ରେସ ଏସୋସିଏସନ ପକ୍ଷରୁ ନର୍ଲା ଚାରିଛକ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରେସ ଆସୋସିଏସନର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ ଷଡ଼ଙ୍ଗୀ, ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ଅଜୟ କୁମାର ସେନାପତି, ପ୍ରଦୀପ କୁମାର ଗଉଡ, ନୀଳକଣ୍ଠ ବେହେରା, ସୁମିତ ଶର୍ମା, ସଞ୍ଜିବ ଦାସ, ଗଣେଶ ଭୋଇ ପ୍ରମୁଖ ସ୍ଵର୍ଗତ ପଣ୍ଡାଙ୍କ ପରଲୋକରେ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।